Odisha news

ଜାତୀୟ ବନ୍ୟପ୍ରାଣୀ ସୁରକ୍ଷାସସ୍ତାହ ପାଳିତ

0

ଭଞ୍ଜନଗର,୨/୧୦ :  ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଉତ୍ତର ଘୁମୁସୁର  ବନ ଖଣ୍ଡ କେନ୍ଦ୍ରିୟ ବନାଞ୍ଚଳଅଧୀନରେ ଥିବା କାଳିଆମ୍ବା ସେକସନର କଣ୍ଟେଇପଲ୍ଲୀ ଗ୍ରାମରେ  ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କ।ର୍ଯ୍ୟକ୍ରମ  ଆରମ୍ଭ ହୋଇ ଯାଇଛି । ଏଥିରେ ଉତ୍ତର ଘୁମସୁର   ବନ ଖଣ୍ଡ ସହକାରୀ ଅଧିକାରୀ  ବିକ୍ରମ ଦେବ ପଟ୍ଟନାୟକଙ୍କ ଅଧ୍ୟକ୍ଷତା। କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମାର ବେହେରା ,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଳପାଣି ଶତପଥୀ , ସୁରେଶ ଚନ୍ଦ୍ର ସ୍ୱାଇଁ, ଅନୁପମ ବାନାର୍ଜୀ,  ପ୍ରମୂଖ ଆଲୋଚକ ଭାବେ ଏଥିରେ ଭାଗ ନେଇ ଥିଲେ । ବନ ଓ ପରିବେଶ ସୁରକ୍ଷାର ମହତ୍ତ୍ୱ, ବନ୍ୟପ୍ରାଣୀ ସୁରକ୍ଷା ଓ ପରିଚାଳନା, ଜୈବ ବିବିଧତା ବଜାୟ ରଖିବା ସହ ଜଳବାୟୁ ସନ୍ତୁଳନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଶେଷରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ନିଆ ଯାଇ ଥିଲା ।ଉତ୍ତର ଘୁମସୁର  ବନ କେନ୍ଦ୍ରିୟ ବନାଞ୍ଚଳ କାଳିଆମ୍ବା ସେକସନର କଣ୍ଟେଇପଲ୍ଲୀ ଗ୍ରାମର ଶତାଧିକ ଲୋକେ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ।  କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ କଳାକାର ଦାସକାଠି ନୃତ୍ୟ ଓଶିଶୁ କଳାକାରକୁ ନେଇ ସାଂସ୍କୃତିକ ପରିବେଷଣ କରି ସଚେତନତା ସୃଷ୍ଟି  କରିଥିଲେ ।ଉପଯୁକ୍ତ ପ୍ରଶିକ୍ଷଣ ବିନା ବନ୍ୟ ଜନ୍ତୁ ପରିଚାଳନା ସଠିକ ଭାବେ ହୋଇ ପାରିବନି  ବୋଲି ମତ ପ୍ରକାଶ ପାଇଥିଲା । ସେଥି  ନିମନ୍ତେ ଆଗ।ମୀ ଦିନରେ ପାରା ସ୍କ୍ୱାର୍ଡ ଷ୍ଟାଫ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା। ଶେଷରେ ବନପାଳ ଶରତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ  ବନରକ୍ଷୀ ରଶ୍ମିତା ସେଠୀ,ବନ ଉନ୍ନୟନ ପ୍ରକଳ୍ପର କର୍ମଚାରୀ ସମେତ ସ୍ମାର୍ଡ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Nalco
Leave A Reply