Odisha news

ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

0

ବୁଗୁଡା :ତା ୨୯/୦୮/୨୨ : ବୁଗୁଡା  ବ୍ଳକ ଅନ୍ତର୍ଗତ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ,ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା,ଉମାକାନ୍ତ ପାତ୍ର, କାର୍ତ୍ତିକ ସାହାଣୀ,ନାଏବ୍ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା, ସିଆରସିସି ମାନସ ରଞ୍ଜନ ସେଠୀ ,ସ୍କୁଲ ପରିଚାଳନା କମିଟି ସଭାପତି ସୁଧିର ଗୌଡ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ  ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ଓ ମୋଜା ବିତରଣ କରିଥିଲେ। ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୀତାରାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply