Odisha news

ଏମପିସି ସ୍ୱୟଂଶାସିତ କଲେଜରେ ସାନ୍ତାଳୀ ଅତିଥି ଅଧ୍ୟାପକ ତୁରନ୍ତ ନିଯୁକ୍ତି ଦିଆଯାଉ ଦାବିକଲା ସାନ୍ତାଳୀ ଅଧ୍ୟାପକ ସଂଘ ଓ ମାସାଆର୍ମୀ

0

ବାରିପଦା  : ଆଶାୟୀ ସାନ୍ତାଳୀ ଅଧ୍ୟାପକ ସଂଘ ଏବଂ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କିଛିଦିନ ପୂର୍ବରୁ ମହାରାଜା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗର ଅତିଥି ଅଧ୍ୟାପକ ସହିତ ସାନ୍ତାଳୀ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ଏକ ବିଜ୍ଞାପନ ଚଳିତମାସ ୧୨ତାରିଖରେ ପ୍ରକାଶ ପାଇଥିଲା । ଯେଉଁମାନେ ଅତିଥି ଅଧ୍ୟାପକ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଅଗଷ୍ଟ ୨୩ତାରିଖରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୱାକ ଇନ୍ ଇଣ୍ଟରଭିୟୁ ସାକ୍ଷାତକାରରେ ଭାଗନେବା ନିମନ୍ତେ ବିଜ୍ଞାପନ ମାଧ୍ୟମରେ ନିମନ୍ତ୍ରଣ କରାଯାଇଥିଲା । ଏହି ନିମନ୍ତ୍ରଣ ବିଜ୍ଞାପନ ଦେଖି ସାନ୍ତାଳୀ ଅତିଥି ଅଧ୍ୟାପକ ହେବା ପାଇଁ ଅନେକ ଆଶାୟୀ ଥିଲେ । କିନ୍ତୁ ଦୁଖର କଥା ଏହାକୁ ହଠାତ୍ ଚଳିତମାସ ୨୦ତାରିଖରେ ଆଉ ଏକ ବିଜ୍ଞାପନ ପ୍ରକାଶ ପାଇଲା ।

ଯାହାକି ଉକ୍ତ ବିଜ୍ଞାପନରେ ସାନ୍ତାଳୀ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବାଦ୍ ଦିଆଯାଇଛି ଯାହାକି ଅତି ଦୁର୍ଭାଗ୍ୟର କଥା । ଥରେ ନିଯୁକ୍ତି ନିମନ୍ତେ ନିମନ୍ତ୍ରଣ କରାଯାଇ ହଠାତ୍ ବନ୍ଦ କରିଦେବାକୁ ନେଇ ନାନାଦି ପ୍ରଶ୍ନ ଉଠୁଛି । ଏହା ଜାଣିବା ପରେ ଅନେକ ଆଶାୟୀ ସାନ୍ତାଳୀ ଅତିଥି ଅଧ୍ୟାପକ ନିରାଶ ହୋଇଛନ୍ତି । ତେଣୁ ପୂର୍ବ ବିଜ୍ଞାପନ ଚଳିତମାସ ୧୨ତାରିଖ ଅନୁଯାୟୀ ସାନ୍ତାଳୀ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞାପନ ପ୍ରକାଶ କରାଯାଇ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ତାରିଖ ଘୋଷଣା କରାଯାଇ ସାନ୍ତାଳୀ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ସାକ୍ଷାତକାର କରାଯାଇ ନିଯୁକ୍ତି ଦିଆଯାଉ । ଆଗାମୀ ୫ଦିନ ଭିତରେ ଏହିଦାବିକୁ ବିଚାର କରି ଉଚିତ୍ ପଦକ୍ଷେପ ନିଆନଗଲେ ଆଶାୟୀ ସାନ୍ତାଳୀ ଅଧ୍ୟାପକ ଏବଂ ପିଜିପାସ କରିଥିବା ଛାତ୍ରମାନଙ୍କୁ ସାନ୍ତାଳୀ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରଦାନ ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ଏବଂ ଆଶାୟୀ ସାନ୍ତାଳୀ ଅଧ୍ୟାପକ ସଂଘ ପକ୍ଷରୁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନିର୍ଦ୍ଧିଷ୍ଟକାଳ ପାଇଁ ତାଲାବନ୍ଦ ଆନେ୍ଦାଳନ କରାଯିବା ସହିତ ଜିଲ୍ଲା ବ୍ୟାପି ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଆଶାୟୀ ସାନ୍ତାଳୀ ଅତିଥି ଅଧ୍ୟାପକ ସଂଘର ଶ୍ରୀରାମ ଟୁଡୁ, ଡୁମୁନୀ ବାସ୍କେ, ପିଲଚୁଆନୁ ଠାକୁର ମୁର୍ମୁ, ରାଜମାଲ ମୁର୍ମୁ, ଯଦୁନାଥ ବେଶ୍ରା, ହୀରାବତୀ କିସ୍କୁ, ସୁନୀତା ହେମ୍ବ୍ରମ, ରାମ ମାରାଣ୍ଡି, ରଘୁନାଥ ଟୁଡୁ, ରାମଚନ୍ଦ୍ର ମାରାଣ୍ଡି ଓ ସେରାଲ୍ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।

Nalco
Leave A Reply