Odisha news

ବାରିପଦା-ଉଦଳା ରାସ୍ତା ମରାମତି ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାରୋକ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା-ଉଦଳା ରାଜ୍ୟ ରାଜପଥର ନୁରୁଡିହୀ ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବି ନେଇ ଦୀର୍ଘ ୩ଘଣ୍ଟା କାଳ ରାସ୍ତାରୋକ କରିଛନ୍ତି, ଫଳରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ଯାନବାହାନଗୁଡିକ ଅଟକି ରହିଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ନୁରୁଡିହୀ ଛକଠାରୁ ପଲିଟେକ୍ନିକ୍ କଲେଜ ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । ଏହାଦ୍ୱାରା ସାଧାରଣ ଲୋକେ ଯିବାଆସିବା କରିବାରେ ବହୁ ହଇରାଣ ହରକତ ହେଉଛନ୍ତି । ଏପରିକି ଛାତ୍ରଛାତ୍ରୀ ସ୍କୁଲ ଯିବାବେଳେ ଖାଲରେ ପଡି ଘରକୁ ଫେରୁଛନ୍ତି ଏବଂ ଜରୁରିକାଳୀନ ସେବା ପାଇଁ ରୋଗୀମାନଙ୍କୁ ନେବା ଆଣିବା କଷ୍ଟକର ହୋଇପଡିଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉନାହାନ୍ତି । ବିଗତ ଲଘୁଚାପ ଜନିତ ବର୍ଷା ଯୋଗୁ ରାସ୍ତାରେ ଚଳପ୍ରଚଳ କରିବା ମଧ୍ୟ କଷ୍ଟକର ହୋଇପଡିଛି । ଏଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦିନ ମଜୁରିଆ ଭାବେ ବାରିପଦା ସହରକୁ ଯାଉଥିବା ଶ୍ରମିକମାନଙ୍କୁ ଅଟକାଇବାରୁ ବିକ୍ଷୋଭକାରୀଙ୍କ ସହ ଗଣ୍ଡଗୋଳ ସୂତ୍ରପାତ ହୋଇଛି । ଉଭୟଙ୍କ ମଧ୍ୟରେ ଠେଲାପେଲା ହେଉଥିବାବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

Nalco
Leave A Reply