ଭଞ୍ଜନଗର – ଭଞ୍ଜନଗର ଥାନା ଅନ୍ତର୍ଗତ ମା ସୋରାଦେବୀ ମନ୍ଦିର ନିକଟରେ ଭଞ୍ଜନଗର ଅବକାରୀ ବିଭାଗ ଚଢାଉ କରି ବାଇକ୍ ସହ ୧୩ କେଜି ଗଞ୍ଜେଇ ଜବତ । ସପୃକ୍ତ ଚାଲାଣକାରୀ , ହିଜିଳି ଥାନା ଅନ୍ତର୍ଗତ ଶାସନ ଗ୍ରାମର ସିମାଞ୍ଚଳ ଗୌଡ଼ (୩୨) କୁ ଗିରଫ କରିଛି ଅବକାରୀ ବିଭାଗ । ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗଙ୍କ ନେତୃତରେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ , ସିମାଞ୍ଚଳ , ନିଜ ବାଇକ୍ ରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ଫୁଲବାଣୀ-ରୁ ହିଜିଳିକାଟୁ ଅଭିମୁଖେ ଯାଉଥିଲା । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ , ଅବକାରୀ ବିଭାଗ ଅଧିକାରୀ ଶ୍ରୀମତୀ ବାଗ , ବିଭାଗୀୟ କର୍ମଚାରୀଙ୍କ ସହ ସୋରାଦେବୀ ମନ୍ଦିର ନିକଟରେ ଜଗିରହିଥିଲେ ।ସିମାଞ୍ଚଳ ଆସିବା କ୍ଷଣି ଅବକାରୀ କର୍ମଚାରୀ ବାଇକ୍ କୁ ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା । ଚାଲାଣକାରୀ ସିମାଞ୍ଚଳଙ୍କୁ ଗିରଫ କରିବା ସହ , ଗଞ୍ଜେଇ ଓ ବାଇକ୍ ଜବତ କରିଥିଲେ । ଗିରଫ ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି । ଏହି ଚଢାଉରେ ସନାତନ ନାହାକ,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ ଓ ଜଗନ୍ନାଥ ମହାପାତ୍ର ଭାଗ ନେଇଥିଲେ ।
