ବୁଗୁଡ଼ା : ତା ୧୩/୦୮/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମଇଲି ଛକରେ ଥିବା ଏକ ବାଇକ୍ ସର୍ଭିସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ବ୍ଯାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଷୋଳମଇଲି ଛକରେ ଥିବା ଈଶ୍ବର ଚନ୍ଦ୍ର ଗୌଡ଼ଙ୍କ ମା ଭୁବନେଶ୍ଵରୀ ବାଇକ୍ ସର୍ଭିସ୍ ସେଣ୍ଟରରେ ବିଦ୍ଯୁତ୍ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ଲୋକେ କିଂକର୍ତ୍ତବ୍ଯମୁଢ ହୋଇଯାଇଥିଲେ । ଠିକ୍ ସେତିକିବେଳକୁ ଖୋଳଖାଳି ଗ୍ରାମରେ ନିଆଁ ଲିଭାଇ ଫେରୁଥିବା ଦମକଳ ବାହିନୀ ସେଠାରେ ଅଟକି ନିଆଁକୁ ଲିଭାଇଥିଲେ । ତେବେ ଅଗ୍ନିକାଣ୍ଡରେ ଈଶ୍ବରଙ୍କ ସର୍ବିସିଂ ମେସିନ, ପ୍ରେସର ମେସିନ ଏବଂ ବିଭିନ୍ନ ଗାଡିର ପାର୍ଟସ୍ ସାଙ୍ଗକୁ ଲୋକେ ମରାମତି ପାଇଁ ଦେଇଥିବା ୪ଟି ଗାଡି ପୋଡି ଛାରଖାର ହୋଇଯାଇଥିବା ଜଣାଯାଇଛି ।