ବୁଗୁଡ଼ା /୮/୭/ବୁଗୁଡା ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ବୁଗୁଡ଼ା ବ୍ଲକ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ର ଏକ କାର୍ଯ୍ୟକାରୀ ବୈଠକ ବିଶ୍ଵମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥଙ୍କ ଦ୍ଵାରା ବିବରଣୀ ପାଠ ପରେ ୨୦୨୨ ଶିକ୍ଷକ ସୌରଭ ସମ୍ମାନ ସମ୍ପର୍କରେ ଆଲୋଚନା ହୋଇ ଆଗାମୀ ୨୪ ତାରିଖ ଦିନ ସ୍ଥାନୀୟ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏହି ଉପଲକ୍ଷେ ଟ୍ରଷ୍ଟ ର କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ବୁଗୁଡ଼ା ବ୍ଲକ ର ଏକ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇ ଥିବା ସହ ୨୦୨୦ ଜାନୁଆରୀ ପରବର୍ତ୍ତୀ କାଳରେ ଅବସର ନେଇଥିବା ଶିକ୍ଷକ ମାନଙ୍କୁ ୨୦,୨୪, ଓ ୨୮ ପ୍ରତିଶତ ହାରରେ ଡି ସି ଆର ଜି ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ବି ଇ ଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଟ୍ରଷ୍ଟ ର କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ନାୟକଙ୍କ ଦ୍ଵାରା ଆୟ ବ୍ୟୟ ସମୀକ୍ଷା କରାଯାଇଥିଲା। ଏଥିରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଶେଷରେ ବଂଶୀଧର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।