ବୁଗୁଡା : ତା ୨୮ /୦୬/୨୨ : ରାଜ୍ୟ ସରକାରଙ୍କ ଶ୍ରମ, ନିଯୁକ୍ତି ଏବଂ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆଜି ବୁଗୁଡ଼ା ବ୍ଲକର ଅରଖପୁର ,ଆଶ୍ରମ କରଡ଼ାବାଡ଼ି ,ପାଙ୍ଗିଡି ,ଖୋଳଖାଳି, ଗୋଳାବନ୍ଧ, ସଙ୍କୁରୁ , ମାଣିତରା ଓ ଭାମଶିଆଳି ଆଦି ୮ଟି ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ସମୟରେ ଖରିଡା ,ବେଲପୁର ଓ ତାଳସାକର ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଥିଲେ। ଏଥିସହ ସେ ସ୍ଥାନୀୟ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିଥିଲେ । ମନ୍ତ୍ରୀଙ୍କ ଉକ୍ତ କାର୍ଯ୍ୟକ୍ରମ କାଳରେ ବୁଗୁଡା ବ୍ଲକ ଅଧକ୍ଷା କେ.ପ୍ରିୟାଦର୍ଶନୀ ଆଚାରି, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଜେଡି ବ୍ଲକ ସଭାପତି ଇ.ମଦନ ଗୋପାଳ ଦୋରା , ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ବୁଗୁଡା ଏନ୍ଏସି ଅଧକ୍ଷ ଚିତ୍ରସେନ ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ପରିଷଦ ଗଙ୍ଗପାଣି ଜେନା ପ୍ରମୁଖଙ୍କ ସମେତ ଶହ ଶହ କର୍ମୀ ଉପସ୍ଥିତ ଥିଲେ।