Odisha news

ଗୋଲିଆ ପିଇଓଙ୍କୁ ଆକ୍ରମଣ ଘଟଣାର ୨ ଅଭିଯୁକ୍ତ ଗିରଫ

0

ବୁଗୁଡ଼ା : ତା ୨୦/୦୩/୨୨ :  ଗତ ଫେବୃୟାରୀ ୨୬ ତାରିଖ ରାତିରେ ୪୧ ନମ୍ବର ଜୋନର ଭୋଟ ଗଣତି କାର୍ଯ୍ୟ ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକଠାରେ ଗୋଲିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ସେଠୀଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ସହ କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ୪୨ ନମ୍ବର ଜୋନର ପରାଜିତ ବିଜେପି ଜିଲ୍ଳା ପରିଷଦ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ଭୂୟାଁ ଏବଂ ଗୌଡିଆବୋରଦା ପଞ୍ଚାୟତର ବିଜେପି ସମର୍ଥିତ ବିଜୟୀ ସରପଞ୍ଚ ପ୍ରାର୍ଥିନୀଙ୍କ ପୁଅ ପ୍ରକାଶ ମହାରଥା । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୧୧୯/୨୨ରେ ଏକ ମାମଲା ରୁଜୁ ହେଇଥିଲା । ଘଟଣା ପରଠାରୁ ଅଭିଯୁକ୍ତ ଦ୍ବୟ ଫେରାର ଥିଲାବେଳେ ପୋଲିସ ତା’ର ଜାଲ ବିଛାଇ ପ୍ରକାଶକୁ ଚେନ୍ନାଇରୁ ଏବଂ ପୂର୍ଣ୍ଣକୁ ଫୁଲବାଣୀରୁ ଧରିବାରେ ସଫଳ ହୋଇଛି । ପ୍ରକାଶ ଥାଉକି , ଉକ୍ତ ଆକ୍ରମଣରେ ଗୁରୁତର ପିଇଓ ପ୍ରମୋଦଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ଏନେଇ ଗଞ୍ଜାମ ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇବା ସହ ପ୍ରତ୍ୟେକ ବ୍ଲକ୍‌ କାର୍ଯ୍ୟଳୟ ସମ୍ମୁଖରେ ପିଇଓ ସଂଘ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Nalco
Leave A Reply