ବୁଗୁଡ଼ା :-୨୮/୬ ଗଞ୍ଜାମ୍ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ଗତକାଲି ରାତିରେ ବୁଗୁଡ଼ା ଗସ୍ତରେଆସି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ କଡା ପରାମର୍ଶ ଦେଇଯାଇଛନ୍ତି। ବୁଗୁଡ଼ା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ଓ ନଗରାଞ୍ଚଳରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳଙ୍କ ଏହି ଗ୍ରସ୍ତକୁ ଗୁରୁତ୍ୱ ଦିଆଯାଉଛି।
ଜିଲ୍ଲାପାଳ ବୁଗୁଡ଼ାରେ ପହଁଞ୍ଚିବା ପରେ ବ୍ଲକ୍ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ସିଡିପିଓ ରଞ୍ଜିତା ତ୍ରିପାଠୀ, ଏନ୍. ଏ. ସି ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ଆଇ ଆଇ ସି ଚିତ୍ତରଞ୍ଜନ ବେହେରା ପ୍ରମୁଖ କୋଭିଡ ଯୋଦ୍ଧା ମାନଙ୍କୁ ସ୍ଥାନୀୟ ପରିସ୍ଥିତି ସମ୍ପର୍କରେ ପଚାରିବୁଝିଥିଲେ।
ସ୍ଥାନୀୟ ବିଭିନ୍ନ ତଥ୍ୟ ଅବଗତ ହେବାପରେ ସଂକ୍ରମଣ ରୋକିବା ଦିଗରେ ଜାରି କରାଯାଉଥିବା ନିୟମ ଗୁଡିକର ଅନୁପାଳନ ସହ ଲକ୍ ଡାଉନ୍, ସଟ୍ ଡାଉନ୍, ସାମାଜିକ ଦୂରତା, ମାକ୍ସ ପରିଧାନ ପ୍ରଭୃତି ପାଇଁ ଲାଗୁ ହୋଇଥିବା କଟକଣାକୁ କଡାକଡି କରିବା ପାଇଁ ଜୋର୍ ଦେଇଥିଲେ।
ଭୋଜି, ବୈଠକ, ଛୋଟ – ବଡ ସଭା ସମିତିକୁ ବାରଣ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ଯ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗତକାଲି ଜିଲ୍ଲାର ତିନୋଟି ଯାକ ସବଡିଭିଜନର ବିଭିନ୍ନ ବ୍ଲକ୍ କୁ ଗସ୍ତ କରିବା ସହ ପୋଲସରାରେ ଭିଡିଓ କନଫରେନ୍ସ କରି ଜିଲ୍ଲାର ସମସ୍ତ ପ୍ରାଶାସନିକ ଅଧିକାରୀ ମାନଙ୍କ ସହ ମତ ବିନିମୟ କରିଥିଲେ।