Odisha news

ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ରୁ ୧୮ବର୍ଷ ଛାତ୍ର ଛାତ୍ରୀଙ୍କୁ କୋଭିଡ୍ – ୧୯ ଟୀକାକରଣ

0

ବୁଗୁଡ଼ା:ତା-୦୮-୦୧-୨୦୨୨ ଆଜି ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ତତ୍ବାବଧାନରେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ରୁ ୧୮ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ୍ -୧୯ ଟୀକାକରଣ କରାଯାଇଛି । ବୁଗୁଡ଼ା ସି .ଏଚ୍ .ସି ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ କର୍ମୀ ମନ୍ମଥ କୁମାର ଆରୁଖ ଏବଂ ଇସ୍ପିତା ରାଣୀ ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କ ନାମ ପଞ୍ଜିକରଣ କରି ଟୀକା ପ୍ରଦାନ କରିଥିଲେ । ୧୮୦ ଜଣ ଛାତ୍ରଛାତ୍ରୀ ଟୀକା ଗହଣ କରିଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ଜୟନ୍ତ କୁମାର ହୋତା,ଦାମୋଦର ଦାଶ, ରମାକାନ୍ତ ରାଉତ,ହୀମାଂଶୁ ଶେଖର ମିଶ୍ର, ଦେବେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।

Govt
Leave A Reply