କଙ୍କଡ଼ାହାଡ଼ :-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରହଣି କେନାଲ ରୋଡ଼ ଠାରେ ଆଜି ଗୋଟିଏ ବାଇକ ସାଙ୍ଗରେ ବାଇକ ର ଧକ୍କା ହୋଇଛି l ସୂଚନା ଅନୁସାରେ ରହଣି କେନାଲ ରୋଡ଼ ଠାରେ ଆଜି ଅନଳ ରୁ ଦିପ୍ତୀରଂଜନ ପୃଷ୍ଟି (୨୪)ଓ ତାଙ୍କ ପଡିଶା ଘରୁ ଶୁଭଲକ୍ଷ୍ମୀ ପୃଷ୍ଟି ଗୋଟିଏ ବାଇକ ଯୋଗେ ଅନଳ ରୁ କାମାକ୍ଷାନଗର କୁ ଆସୁଥିଲେ l କିନ୍ତୁ ରହଣି କେନାଲ ରୋଡ଼ ଠାରେ ଗୋଟିଏ ଜାଗାରେ ରାସ୍ତା ଦବି ଯାଇଥିବା କାରଣରୁ ବିପରୀତ ଦିଗରୁ ଆସୁଥିବା ବାଇକ ସହ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା l ଓ ସେହିଠାରେ ସେ ବାଇକ ରୁ ଖସି ପଡ଼ିଥିଲେ l ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ଏକ କାର ଯୋଗେ ପ୍ରଥମେ ବିରାଶାଳ ମେଡିକାଲ କୁ ନିଆଯାଇଥିଲା l ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l