Odisha news

ସନ୍ଧ୍ୟାରେ ଧର ରାତିରେ ଛାଡ: ବନ ବିଭାଗର ବିଚିତ୍ର କାରବାର

ବୁଗୁଡା :  ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ, ବୁଗୁଡା ବନାଞ୍ଚଳର ପଞ୍ଚଭୂତି ସେକ୍ସନରେ ଅଗଷ୍ଟ ୪ ତାରିଖ ଦିନ ସନ୍ଧ୍ୟାରେ ଏକ ଟ୍ରାକ୍ଟରରେ ୪ ଘନଫୁଟ ଶଗୁଆନ ଗଣ୍ଡି ବୋଝେଇ ହୋଇ ଯାଉଥିବା ବେଳ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚଭୂତି ବନପାଳ ଶୁଭାଙ୍ଗ ରଇତ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ଶାଗୁଆନ ଗଣ୍ଡି ସହ ଟ୍ରାକ୍ଟରକୁ ଜବତ କରିଥିଲେ। ପଞ୍ଚଭୂତି ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ଶାଗୁଆନ ଗଣ୍ଡି ସହ ଟ୍ରାକ୍ଟର ଜବତ ହୋଇ ରହିଥିବା ବେଳେ ମଧ୍ୟ ରାତ୍ରରେ ଟ୍ରାକ୍ଟର ଗାଏବ ହୋଇଯାଇଛି। ପଞ୍ଚଭୂତି ବନପାଳ କହିଲେ ରେଞ୍ଜର ସାର ଏହି କେଶ ନିଜେ ବୁଝୁ ଥିବା ଯୋଗୁଁ ସେହି ବିଷୟରେ ସେ କିଛି କହି ପାରିବେ ନାହିଁ। ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ସହ ଯୋଗାଯୋଗ ବେଳେ ସେ କହିଲେ ଯେ, ମାତ୍ର ୪ ଘନଫୁଟ ଶାଗୁଆନ କାଠ, ତାହା ପୁଣି ତାଙ୍କ ପଟ୍ଟା ଜମିରୁ ଆଣିଛନ୍ତି, ତେଣୁ ମାମଲା ରଫାଦଫା କରି ୧୦ ହଜାର ଟଙ୍କା ଫାଇନ ପକାଇ ଛାଡିଦିଆଗଲା।
ପ୍ରଶ୍ନ ଉଠୁଛି ସେହି ଶାଗୁଆନ ଗଣ୍ଡି ଗୁଡିକ ପଟ୍ଟା ଜମିରୁ ଅଣା ଯାଇଛି ବୋଲି ରେଞ୍ଜର ଶ୍ରୀ ବେହେରା ଜାଣିଲେ କିପରି ? ଯେଉଁ ପଟ୍ଟା ଜମିରୁ କାଠ ହଣା ଯାଇଛି ସେହିସ୍ଥାନକୁ ରେଞ୍ଜର ଓ ରାଜସ୍ୱ ବିଭାଗ କର୍ମଚାରୀ ମିଳିତ ଭାବେ ଯାଇ  ଅନୁସନ୍ଧାନ କରିଥିଲେ କି ?  ପଟ୍ଟା ଜମିରୁ ମୂଲ୍ୟବାନ ଶାଗୁଆନ ଗଛ ହାଣିବା ପୂର୍ବରୁ ରାଜସ୍ୱ ବିଭାଗ ଓ ବନ ବିଭାଗର ଅନୁମତି ନେଇଥିଲେକି ? ଯଦି ଅନୁମତି ନେଇ ଶାଗୁଆନ ଗଛ ହାଣି ଟ୍ରାକ୍ଟରରେ ବୋଝେଇ ହୋଇ ଆସୁଥିଲା ତେବେ ବନବିଭାଗ କାଠ ଜବତ କଲା କିପରି ? ଯଦି ଅନୁମତି ନେଇ ଅଣାଯାଇଥିଲା ତେବେ ୧୦ ହଜାର ଟଙ୍କା ଫାଇନ ଆଦାୟ ହେଲା କାହିଁକି ? ଯଦି ଜରିମାନା ପଡିଲା ତେବେ ନିଶ୍ଚିତଯେ ବେଆଇନ ଭାବେ ଟ୍ରାକ୍ଟରରେ ଶାଗୁଆନ କାଠ ବୋଝେଇ ହୋଇ ଯାଉଥିଲା ସନ୍ଦେହ ନାହିଁ।
ବେଆଇନ ଭାବେ ଟ୍ରାକ୍ଟରରେ ବୋଝେଇ ହୋଇ ଯାଉଥିବା ବେଳେ ସେହି ଟ୍ରାକ୍ଟରକୁ ଜବତ ନକରି ରାତି ଅଧିଆ ଛାଡି ଦିଆଗଲା କାହିଁକି ? ଏହି ସମସ୍ତ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ପ୍ରେସ ମିଟ କରି ବନାଞ୍ଚଳ ଅଧିକାରୀ ଜଣାଇବା ନିହାତି ଆବଶ୍ୟକ। ନତୁବା ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତି ଅବଲମ୍ବନ କରି ଯଦି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ନିଜର କ୍ଷମତାର ଅପବ୍ୟବହାର କରିଥାନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Comments are closed.