Odisha news

ନଡ଼ିଆ ଗଛ ଉପରେ ଓ ପାଳଗଦାରେ ନିଆଁ

0
ବୁଗୁଡା ୧୬/୦୧ ବୁଗୁଡା ସହରରେ ନଡିଆ ଗଛ ଉପରେ ନିଆଁ ଲାଗିଯାଇଥିବା ବେଳେ ପାଣିକେଶ୍ୱର ଗ୍ରାମାରେ ପାଳଗଦାରେ ନିଆଁ ଲାଗିଯାଇଥିଲା । ଉଭୟ ଘଟଣାରେ ବୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ନୂଆଁକୁ ଆୟତ କରିଛନ୍ତି। ବୁଗୁଡା ମେଡ଼ିକାଲ ନିକଟରେ ନିଆଁ ଲଗାଇ ଅଳିଆ ପୋଡୁଥିବା ବେଳେ ସେଥିରୁ ନିଆଁ ଝୁଲଯାଇ ନଡ଼ିଆ ଗଛ ଉପରେ ପଡି ଶୁଖିଲା ପତ୍ରରେ ନିଆଁ ଲାଗି ଯାଇଥିଲା। ନଡ଼ିଆ ଗଛରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଲିଭାଇ ଥିଲେ। ଯେଉଁ ନଡ଼ିଆ ଗଛରେ ନିଆଁ ଲାଗିଥିଲା ସେହି ନିକଟରେ ଅଟୋରିକ୍ସା ଷ୍ଟାଣ୍ଡ ଥିବାବେଳେ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଛି। ଅନ୍ୟ ଏକ ଘଟଣାରେ ପାଣିକେଶ୍ୱର ଗ୍ରାମର ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦଶ ଭରଣ ଜମିର ପାଳ ଗଦାରେ ନିଆଁ ଲାଗି ଗୃହ ପାଳିତ ପଶୁମାନଙ୍କ ସାରା ବର୍ଷର ଆହାର ପୋଡି ଯାଇଥିବା ବେଳେ ବୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
Leave A Reply