Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : ବର ପାଇଁ ଲାଗିଥାଏ କନିଆଁଙ୍କ ହାଟ

ନୂଆଦିଲ୍ଲୀ : ବିଶ୍ୱର ବିଭିନ ସ୍ଥାନରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ଜଣକ ଘଟଣା ସାମ୍ନା କୁ ଆସିଥାଏ l ସେହିଭଳି ଗୋଟିଏ ସ୍ଥାନ ହେଉଛି ବୁଲଗେରିଆ l ବୁଲଗେରିଆର ଷ୍ଟାରା ଜାଗର ନାମକ ଜାଗାରେ ବର୍ଷକୁ ୪ଥର କନିଆଁ ମାନଙ୍କର ହାଟ ବସିଥାଏ l ଏଠାକୁ ଆସୁଥିବା ବରମାନେ ନିଜର ପସନ୍ଦର କନିଆଁ କିଣି ନିଜର ପତ୍ନୀ କରି ଥାଆନ୍ତି l ଗୋଟିଏ ସୂଚନା ଅନୁସାରେ କନିଆଁ ମାନଙ୍କର ଏହି ବଜାରରେ କଲାଈଇଦଝୀ ସମ୍ପ୍ରଦାୟ ପକ୍ଷରୁ ଲଗା ଯାଇଥାଏ ଓ ଏହି ସମାଜର ଲୋକମାନେ ବୋହୁ କିଣିବାକୁ ଯାଇ ଥାଆନ୍ତି l

ଏଠାକୁ କୌଣସି ବାହାର ଲୋକ କିଣିବାକୁ ଆସି ପାରିବେ ନାହିଁ l ଗୋଟିଏ ସୂଚନା ଅନୁସାରେ ଏହି କମ୍ୟୁନିଟି ରେ ପାଖାପାଖି ୧୮ ଲୋକ ରହୁଛନ୍ତି l କୁହାଯାଏ ଯେ ଏହି ସମୁଦାୟର ଝିଅ ମାନଙ୍କର ମଧ୍ୟ ଏହି ପରମ୍ପରାକୁ ନେଇ କୌଣସି ପ୍ରତିକ୍ରିୟା ରହି ନଥାଏ l କାରଣ ସେମାନଙ୍କୁ ଆରମ୍ଭରୁ ଏଥିପାଇଁ ମାନସିକ ଭାବରେ ପ୍ରସ୍ତୁତ କରାଯାଇ ଥାଏ

କୁହାଯାଏ ଏହି ହାଟ କୁ ଆସୁଥିବା କନିଆଁ କୁ ଘରର ସମସ୍ତ କାମ ଆସୁଥିବା ଆବଶ୍ୟକ ଓ କମ ବୟସର ହୋଇଥିବା ଆବଶ୍ୟକ l ଯେତେବେଳେ ପୁଅଟିକୁ କନିଆଁ ପସନ୍ଦ ହୋଇଯାଏ ସେତେବେଳେ ମୂଲ୍ୟ ପାଇଁ ମୂଲଚାଲ ହୋଇଥାଏ l ଏହି ବଜାରରେ ପାଖାପାଖି ମୂଲ୍ୟ ୩୦୦ ରୁ ୪୦୦ ଡଲାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥାଏ l କନିଆଁ ମାନଙ୍କର ଏହି ବଜାରରେ ପହଂଚିବା ପାଇଁ ଦୀର୍ଘ ଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ l ତେଣୁ ସେଥିପାଇଁ ଝିଅଟି ସୁନ୍ଦର ଦିଶିବା ନିହାତି ଜରୁରୀ ଅଟେ l

Comments are closed.