ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ଯୁଦ୍ଧ କୁ ଦୀର୍ଘଦିନ ହୋଇ ଗଲାଣି । ୬ମାସ ରୁ ଉର୍ଦ୍ଧ ଲାଗି ରହିଥିବା ଏହି ଯୁଦ୍ଧ ରେ ୟୁକ୍ରେନ ମଧ୍ୟ ଋଷ କୁ ଉଚିତ୍ ଜବାବ୍ ଦେଇଛି । ଏହାଛଡା ଋଷ ସୈନ୍ୟ ମାନେ ଅକ୍ତିଆର କରିଥିବା ଖାର୍କିବ ଭଳି ଅନେକ ଜିଲ୍ଲା ଗୁଡ଼ିକ ଉପରେ ୟୁକ୍ରେନ ସୈନ୍ୟ ପୁନର୍ବାର ନିଜର ଅକ୍ତିଆର କୁ ନେଇ ସାରିଲେଣି । କିନ୍ତୁ ଏହି ଅଞ୍ଚଳ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଧ୍ଵଂସ ହୋଇ ଯାଇଛନ୍ତି । ନିଜର ଏଭଳି ପରାଜୟ ପରେ ଋଷ ଆହୁରି ଅଧିକ ଅକ୍ରମକ ହୋଇ ଯାଇପାରେ । ବ୍ରିଟିଶ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଋଷ ବର୍ତ୍ତମାନ୍ ୟୁକ୍ରେନ ନାଗରିକ ମାନଙ୍କ ର ରହିବା ସ୍ଥାନ ଗୁଡିକ ଉପରେ ଆକ୍ରମଣ ବଢାଇ ଦେଇପାରେ । କାହିଁକି ନା ତାକୁ ଯୁଦ୍ଧ ଭୂମି ରେ ପରାଜୟ ର ସାମ୍ନା କରିବାକୁ ପଡ଼ିଛି ।
ବ୍ରିଟିଶ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତ ୭ଦିନ ମଧ୍ୟରେ ଋଷ ୟୁକ୍ରେନ ନାଗରିକ ଙ୍କ ଭିଟାମାଟି ଉପରେ ଦୃଷ୍ଟି ରଖିବା ବଢାଇ ଦେଇଛି । ବର୍ତ୍ତମାନ୍ ଋଷ ଆଉ କୌଣସି ପ୍ରକାର ର ତର୍କ ଦେଖିବ ନାହିଁ । ଋଷ ବର୍ତ୍ତମାନ୍ ସେହି ସ୍ଥାନ ଗୁଡିକ ଉପରେ ଆକ୍ରମଣ କରିବ ଯାହା ୟୁକ୍ରେନ ସରକାର ଙ୍କ ମନୋବଳ କୁ ଭାଙ୍ଗି ଦେବ ।
ଆଗକୁ ଦେଖିବାକୁ ଅଛି ଏହି ଯୁଦ୍ଧ ର ବିଭିସିକା କେବେ ସମାପ୍ତ ହେଉଛି । ଯାହାର ଶିକାର ହୋଇଛନ୍ତି ନିରୀହ ଜନସାଧାରଣ ।