ନୂଆଦିଲ୍ଲୀ : ବ୍ରିଟେନର କେଣ୍ଟରେ ରହୁଥିବା ଗୋଟିଏ ମା ଝିଅ ଅଦ୍ଭୁତ ଜିନିଷ ଟିଏ ସମୁଦ୍ର କୂଳରୁ ପାଇଲେ l ସେମାନେ ତାହାକୁ ଦେଖି ଭାବିଲେ ଯେ ଏହା କୌଣସି ପ୍ରାଚୀନ ଜୀବସ୍ମ କିମ୍ବା କୌଣସି ଜୀବର ହାଡ ହୋଇଥିବା l ସେହି ପଦାର୍ଥଟିକୁ ଯେତେବେଳେ ସେମାନେ ଘରକୁ ନେଇ ଆସିଲେ ସେମାନେ ଜାଣି ନଥିଲେ ଯେ ଏହା ଗୋଟିଏ ୮୦ ବର୍ଷ ପୁରୁଣା ଗ୍ରେନେଡ଼ ହୋଇପାରେ l ମହିଳା ଜଣଙ୍କ ନାମ ହେଉଛି ଯୋଡି ସେ ସ୍ଥାନୀୟ ଗଣମାଧ୍ୟମ ସହିତ କଥାବାର୍ତା ହୋଇ କହିଛନ୍ତି ଯେ ମୁଁ ଏହି ଜିନିଷଟିର ଚିତ୍ରକୁ ପୁରାତନ ବିଭାଗର ୱେବସାଇଡ ଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲି ଜାଣିବାକୁ ଚାହୁଁଥିଲି ଜିନିଷଟି କଣ l
କିନ୍ତୁ କେହିବି ସଠିକ ଉତର ଦେଇ ପାରିଲେ ନାହିଁ l ଜିନିଷଟି ମତେ ଅଧିକ ଓଜନ ମଧ୍ୟ ଲାଗୁନଥିଲା ଓ କୌଣସି ଧାତୁର ମଧ୍ୟ ଜଣା ପଡୁନଥିଲା l ମୁଁ ସାମାଜିକ ଗଣମାଧ୍ୟମରେ କିଛିଟା ଗବେଷଣା କରିବା ପରେ ଏଥିରେ ଗୋଟିଏ ପିନ୍ ଫୁଟାଇଲି l ଯେମିତି ମୁଁ ପିନ୍ ଫୁଟାଇବା ଆରମ୍ଭ କଲି ଏହାର ଗୋଟିଏ ପାର୍ଶ୍ୱ ତରଳିବାକୁ ଲାଗିଲା ଓ କିଛି ସମୟ ପରେ ଏହି ଜିନିଷଟି ନିଆଁ ପିଣ୍ଡୁଳାରେ ପରିବର୍ତନ ହୋଇଗଲା l ଦେଖୁ ଦେଖୁ ଆମ ଘରଟି ଧୂଆଁରେ ପୂର୍ଣ୍ଣ ହୋଇଗଲା l ସେତେବେଳେ ମୁଁ ଜାଣିବାକୁ ପାଇଲି ଏହା ବୋଧହୁଏ ଏହା କୌଣସି ବିସ୍ଫୋଟକ ଗ୍ରେନେଡ଼ ଅଟେ l
ମୋ ଝିଅ ଘର ବାହାରକୁ ଦୌଡ଼ି ପଳାଇଗଲା l ମୁଁ ଗ୍ରେନେଡ଼ ଟିକୁ ହାତରେ ଧରି ରୋଷେଇ ଘରର ସିଂଙ୍କ ଭିତରେ ଫୋପାଡ଼ି ଦେଲି ,ଏହା ପରେ ଜୋରରେ ବିସ୍ଫୋଟ ହେଲା l ଆମେ ଭାଗ୍ୟବାନ ଥିଲୁ ତେଣୁ ବଞ୍ଚିଗଲୁ l ନହେଲେ ମୋ ପକ୍ଷ କଷ୍ଟକର ହୋଇଯାଇଥାନ୍ତା ନିଜର ଝିଅ ,୪ ଟି କୁକୁର ଓ ଦୁଇଟି ବିଲେଇଙ୍କୁ ରକ୍ଷା କରିବା l ସ୍ଥାନୀୟ ଗଣମାଧ୍ୟମରୁ ଜଣା ପଡିଛି ଯେ ଏହି ଗ୍ରେନେଡ଼ଟି ୮୦ ବର୍ଷ ପୁରୁଣା ଗ୍ରେନେଡ଼ ଅଟେ ,ଯାହା ସମୁଦ୍ର ଲହରୀରେ କୂଳକୁ ଚାଲି ଆସିଥିଲା l