ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ବ୍ରିଟେନ ତାଲିବାନ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି l ବ୍ରିଟେନ ବିଦେଶ ମନ୍ତ୍ରୀ ଡମନିକ ରାବ କହିଛନ୍ତି ଟାଳିନବନ ପାଇଁ ବ୍ରିଟେନ ସମସ୍ତ ପ୍ରକାର ସାଧନାକୁ ବ୍ୟବହାର କରି ତା ନିକଟରୁ ଜବାବ ମାଗିବl ମିଳିଥିବା ସୂଚନା ଅନୁସାରେ ବ୍ରିଟେନ ତାଲିବାନ କୁ ନେଇ ଭଗବାଣ୍ଟା ରେ କାର୍ଯ୍ୟ କଲେ ମଧ୍ୟ ପ୍ରତିବନ୍ଧକ ଲଗାଇବ l ବ୍ରିଟେନ ବିଦେଶମନ୍ତ୍ରୀ କହିଛନ୍ତି ଯେ ଆମେ ଓଡ଼ିଏ ଅର୍ଥାତ ଆଫଗାନିସ୍ତାନ ରୁ ମିଳିବାକୁ ଥିବା ଅଧିକାରିକ ବିକାଶ ସହାୟତାକୁ ଅଟକାଇ ଦେବୁ l କାରଣ ଆମର କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମସ୍ତ ବିତିୟ ସାଧନ ସାମିଲ ରହିଛି ଓ ଏହା ତାଲିବାନ ର ବ୍ୟବହାର ଉପରେ ନିର୍ଭର କରେ l
ବ୍ରିଟେନ ବିଦେଶ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ତାଲିବାନ ଯେଭଳି ଆଫଗାନିସ୍ତାନ ରେ ପ୍ରଭାବ ବିସ୍ତାର କରି ଚାଲିଛି ଏହା କେହି ବିଶ୍ୱାସ କରି ନଥିଲେ l ଯଦି ଆମକୁ ପୂର୍ବରୁ ସୂଚନା ମିଳି ଥାଆନ୍ତା ଏହି ବିଷୟରେ ତେବେ ଆମେ ନିଶ୍ଚିନ୍ତ ଭାବରେ ପଦକ୍ଷେପ ନେଇ ଥାଆନ୍ତୁ l ସେ ଆହୁରି ମଧ୍ୟ କରିଛନ୍ତି ଆଫଗାନିସ୍ତାନ ରେ ତାଲିବାନ ଶାସନ ରହିଥିଲେ ମଧ୍ୟ ବ୍ରିଟେନ ଉପଚାରିକ ଭାବରେ କୌଣସି ସମ୍ପର୍କ ତାଲିବାନ ସହିତ ରଖିବ ନାହିଁ l କାରଣ ଇସ୍ଲାମିକ ସଂଗଠନ ମାନବିକତା ଉପରେ ନିଜର ପାର ଦର୍ଶିତା ଦେଖାଇ ପାରିବନାହିଁ l
ତାଲିବାନ କୁ ପ୍ରଥମ ମାନବିକତାର ବ୍ୟବହାର ରଖିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି l ତାଲିବାନ କୁ ନିୟନ୍ତ୍ରଣ କରିବା ପାଇଁ ତା ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ନିହାତି ଆବଶ୍ୟକ l
Comments are closed.