Odisha news

ଲାରାଙ୍କୁ କରୋନା ଖବର ମିଛ

0

ନୂଆଦିଲ୍ଲୀ, ୬ା୮ (ଏଜେନ୍ସି) : େୱଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ବ୍ରାଏନ୍‌ ଲାରାଙ୍କୁ କରୋନା ହୋଇଥିବା ଖବର ପ୍ରସାରିତ ହୋଇଥିଲା । ବାସ୍ତବରେ ଏହାର ସତ୍ୟତା ନଥିବା ନିଜେ ଲାରା ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ, ଏହି ମହାମାରୀ ସମ୍ପର୍କରେ ନକରାତ୍ମକ ମନ୍ତବ୍ୟ ତଥା ଖବର ପ୍ରଚାର ନକରିବାକୁ ସେ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୋସିଆଲ୍‌ ମିଡିଆରେ କିଛି ଫଲୋଅର୍ସ ଲାରାଙ୍କୁ କରୋନା ହୋଇଥିବା ପୋଷ୍ଟ କରିଥିଲେ । ଏହା କ୍ଷୀପ୍ର ଗତିରେ ସାରା ବିଶ୍ୱରେ ପ୍ରସାରିତ ହୋଇଯାଇଥିଲା । ତେଣୁ ବାଧ୍ୟହୋଇ ଲାରା ଏଭଳି ଗୁଜବର ଖଣ୍ଡନ କରିଛନ୍ତି । ତାଙ୍କୁ କରୋନା ହୋଇନାହିଁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏଭଳି ମିଥ୍ୟା ପୋଷ୍ଟ ତାଙ୍କୁ କଷ୍ଟ ଦେଇଥିବା ଲାରା କହିଛନ୍ତି । ଅନେକ ସମୟରେ ଭୁଲ୍‌ ଖବର କ୍ଷତିକାରକ ହୋଇଥାଏ ବୋଲି ଲାରା କହିଛନ୍ତି । ଏଭଳି ଦୁର୍ଯୋଗ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରଭାବିତ କରିନାହିଁ । କିନ୍ତୁ ଚିନ୍ତା ବଢ଼ାଇ ଦେଇଛି । ଏଭଳି ତଥ୍ୟ ପ୍ରସାରଣ ସମ୍ପୂର୍ଣ୍ଣ ଭୁଲ୍‌ । ଏହା ମୋର ପ୍ରଶଂସକଙ୍କ ମଧ୍ୟରେ ଅନାବଶ୍ୟକ ଚିନ୍ତା ବଢ଼ାଇଛି । କଠିନ
ସମୟରେ ଏପରି ନକରାତ୍ମକ କଥା ସେୟାର୍‌ କରନ୍ତୁ ନାହିଁ ବୋଲି ସେ ବାରମ୍ବାର ଅନୁରୋଧ କରିଛନ୍ତି । ମୁଁ ଆଶା କରୁଛି, ଆମେ ସମସ୍ତେ ନିରାପଦରେ ଥିବା । କାରଣ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଜଣେ ଅନୁମାନ କରିପାରିବ ଯେ, କରୋନା କେତେ ଭୟଙ୍କର । କରୋନାର ପ୍ରତିଷେଧକ ନବାହାରିବା ପର୍ଯ୍ୟନ୍ତ ଆମେ ସୁରକ୍ଷିତ ନୁହଁନ୍ତି ବୋଲି ଲାରା କହିଛନ୍ତି । କରୋନା ଯୋଗୁଁ ସାରା ବିଶ୍ୱରେ ୭ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଗଲାଣି ।

Leave A Reply