Odisha news

କିଡ୍ସ ବ୍ରେନ୍ ବୁଷ୍ଟର ଫୁଡ୍ : ପିଲା ମାନଙ୍କୁ ଖୁଆନ୍ତୁ ଏହିସବୁ ଜିନିଷ, ଜିନୀୟସ୍ ହେବା ସହିତ ମିଳିବ ଉତ୍ତମ ଲାଭ

0
ସବୁ ପିତାମାତା ଚାହିଁ ଥାଆନ୍ତି ତାଙ୍କ ସନ୍ତାନ ଇଣ୍ଟେଲିଯେଣ୍ଟ ହେବା ସହିତ ଉଯୋଗି ହେଉ । ତେଣୁ ଛୋଟ ବେଳରୁ ସେମାନଙ୍କ ଖାଦ୍ୟ ପେୟ ଉପରେ ବିଶେଷ ଦୃଷ୍ଟି ଦେଇ ଥାଆନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗବେଷକ ମାନେ କିଛିଟା ଖାଦ୍ୟକୁ ବିଶେଷ ଭାବରେ ନିଜ ପିଲା ମାନଙ୍କୁ ଦେବାକୁ କହିଛନ୍ତି ।
ଗବେଷକ ମାନଙ୍କ ମତରେ ଛୋଟ ବେଳରୁ ନିଜ ସନ୍ତାନକୁ ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ନିହାତି ଜରୁରୀ । ଏହା ତାକୁ ବୁଦ୍ଧିମାନ କରିଥାଏ । ତେଣୁ ବିଶେଷ ଭାବରେ ଏପରି ୪ଟି ଶସ୍ୟ ରହିଛି ଯାହା ଆଣ୍ଟି ଅକ୍ସିଡ଼ାଣ୍ଟ , ଅନେକ ପ୍ରକାର ଭିଟାମିନ, ପ୍ରୋଟିନ, ରେ ଭରପୁର ଅଟେ । ଯାହା ଇମ୍ୟୁନିଟି ବୃଦ୍ଧି କରିବା ସହିତ ଶରୀରକୁ ସୁରକ୍ଷିତ ରଖିଥାଏ ।
* କଖାରୁ ମଞ୍ଜି – କଖାରୁ ମଞ୍ଜି ବ୍ରେନ୍ ଫୁଡ୍ ଅଟେ । ଏହା ମଗ୍ନେଶୀୟମ, ଜୀଙ୍କ୍, କପର୍, ଆଇରନ ରେ ଭରପୁର ଅଟେ । ଯାହା ଉଭୟ ସ୍ବାସ୍ଥ୍ୟ ଓ ମସ୍ତିଷ୍କ ପାଇଁ ହିତକର । ବ୍ରେନ୍ ପାଇଁ ମଗ୍ନେଶୀୟମ ଖୁବ୍ ହିତକର ଅଟେ । ଏହା ବ୍ୟତୀତ ଜୀଙ୍କ ମସ୍ତିଷ୍କ ର କୋଶିକା ଗୁଡ଼ିକ ମଧ୍ୟରେ ରକ୍ତ ସଞ୍ଚାଳନ କରିବା ସହିତ ସୁସ୍ଥ ରଖିଥାଏ । କଖାରୁ ମଞ୍ଜି ବିଭିନ୍ନ ରୋଗରୁ ମଧ୍ୟ ଆରାମ ଦେଇଥାଏ ।
* ଫ୍ଲେକ୍ସ ସିଡସ୍ – ଏହା ଓମେଗା ୩ ଫ୍ୟାଟି ଏସିଡ ରେ ଭରପୁର ଅଟେ । ଯାହାକୁ ଆଲ୍ଫା ଲିପୋଇକ ଏସିଡ କୁହାଯାଏ । ଏହା ମସ୍ତିଷ୍କ ର ଗତିକୁ ବୃଦ୍ଧି କରିଥାଏ । ଏଥିରେ ଫାଇବର ମଧ୍ୟ ରହିଛି, ଏହା ହର୍ମୋନାଲ ଦିଷ୍ଟର୍ବାନ୍ସ କୁ ଠିକ୍ କରିଥାଏ ଓ ମାନସିକ ଚିନ୍ତା ଦୁର କରିଥାଏ । ବ୍ରେନ୍ ହେଲ୍ଥ କୁ ସୁଦୃଢ଼ କରିଥାଏ ।
* ଖରଭୁଜ ମଞ୍ଜି – ଖରଭୁଜ ମଞ୍ଜି ରେ ଓମେଗା ୩ ଫ୍ୟାଟି ଏସିଡ ରହିଛି । ଯାହା ଆପଣଙ୍କ ମସ୍ତିଷ୍କ ର କୋଷିକା ଗୁଡ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା କର୍କୋକ୍ୟୁମିନ ମସ୍ତିଷ୍କର ବିକାସ କରାଇ ଥାଏ । ତା ସହିତ ମସ୍ତିଷ୍କ ର ଟିଶୁ ଓ ସେଲ ଗୁଡ଼ିକୁ ରି ବିଲ୍ଡିଂ କରିଥାଏ ।
* ସୂର୍ଯ୍ୟମୁଖୀ ମଞ୍ଜି – ଏହା ପିଲାର ମସ୍ତିଷ୍କ ର ବିକାସ କରାଇ ଥାଏ ଓ ବୁଷ୍ଟ କରାଇ ଥାଏ । ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ମେମୋରି ମଧ୍ୟ ବୃଦ୍ଧି କରାଏ । ତେଣୁ ଏହାକୁ ନିୟମିତ ନିଜ ସନ୍ତାନକୁ ଖାଇବାକୁ ଦିଅନ୍ତୁ ।
IEC 2 years
Leave A Reply