Odisha news

ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ : ୪ କେଜିର ନିମନ୍ତ୍ରଣ ପତ୍ର ଛାପିଲେ ପୁଅ ର ବିବାହ କାର୍ଯ୍ୟ ପାଇଁ ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0
ନୂଆଦିଲ୍ଲୀ : ଭାରତରେ ବିବାହ କାର୍ଯ୍ୟ କ୍ରମରେ ଲୋକମାନେ ପଇସା ଖର୍ଚ୍ଚ କରିବା ପାଇଁ ପଛାଇ ନ ଥାଆନ୍ତି । ଗରିବ ରୁ ଗରିବ ଲୋକ ମଧ୍ୟ ବିବାହ କାର୍ଯ୍ୟ କୁ ଧୁମ୍ ଧାମ ରେ କରିଥାଏ । ଭାରତରେ ବର୍ତ୍ତମାନ୍ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏପରି ସ୍ଥିତି ରେ କୋଟିପତି ମାନେ ତାଙ୍କ ପିଲା ମାନଙ୍କ ର ବିବାହ ଏପରି କରାଇ ଥାଆନ୍ତି, ଯାହାର ଚର୍ଚ୍ଚା ଦୀର୍ଘଦିନ ଧରି ଶୁଣିବାକୁ ମିଳିଥାଏ । ତେଣୁ ଆଜିକାଲି ସୋସିଆଲ ମିଡ଼ିଆରେ ଜଣେ ଗୁଜରାଟୀ ବ୍ୟବସାୟୀ ଙ୍କ ପୁଅର ବିବାହ ଚର୍ଚ୍ଚାରେ ରହିଛି । ଗୁଜୁରାଟ ର ମୁଲେସ ଭାଇ ନାମକ ବ୍ୟବସାୟୀ ତାଙ୍କ ପୁଅର ବିବାହ କାର୍ଯ୍ୟରେ ୪ କେଜି ଓଜନ ର ନିମନ୍ତ୍ରଣ ପତ୍ର ଛପାଇ ଛନ୍ତି ।
ଏହି କାର୍ଡ ଟିକୁ ଗୋଟିଏ ବକ୍ସ ଭଳି ପ୍ରସ୍ତୁତ କରାଯାଇଛି । ଏହି ବଡ଼ ବକ୍ସ କୁ ଖୋଲିବା ପରେ ଏହା ଭିତରେ ଆଉ ୪ ଟି ଛୋଟ ବକ୍ସ ରହିଛି । ଏହି ବକ୍ସ ଗୁଡିକରେ ଡ୍ରାଏ ଫ୍ରୂଟ୍ସ୍ ରଖାଯାଇଛି । ଏହାପରେ ଏଥିରେ ବିବାହର ସମସ୍ତ କାର୍ଯ୍ୟକ୍ରମ ର ବିବରଣୀ ଦିଆ ଯାଇଛି । ଏହା ୭ ଫର୍ଦ୍ଦ ର କାର୍ଡ ଅଟେ । ଏହି ବିବାହ କାର୍ଯ୍ୟ ରାଜସ୍ଥାନ ର ଯୋଧପୁର ଥରେ ନଭେମ୍ବର ୧୪ ତାରିଖ ରେ ଅନୁଷ୍ଠିତ ହେବ ।
ଏହି କାର୍ଡ ର ଉପର ପାର୍ଶ୍ୱରେ ଶ୍ରୀକୃଷ୍ଣ ଙ୍କ ଫଟୋ ରହିଛି । ମୁଲେଶ୍ ଭାଇ ଦ୍ବାରିକା ମନ୍ଦିରର ଟ୍ରଷ୍ଟି ମଧ୍ୟ ଅଟନ୍ତି । ତାଙ୍କ ପରିବାର ସଦସ୍ୟ ଶ୍ରୀକୃଷ୍ଣ ଙ୍କୁ ଖୁବ୍ ଆରାଧନା କରନ୍ତି । କାର୍ଡ ଟିର ମୂଲ୍ୟ ୭ ହଜାର ଟଙ୍କା ।
IEC 2 years
Leave A Reply