Odisha news

ଶୀତଋତୁରେ ହାଡ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ରେ ଆଉ ପାଇବେ ନାହିଁ କଷ୍ଟ , ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

0
ଶୀତଋତୁ ଆସିବା ମାତ୍ରକେ ହାଡ ଜନିତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଥଣ୍ଡା କାରଣରୁ ଅର୍ଥାରାଇଟିସ ରୋଗୀ ମାନଙ୍କର ହାଡ ର ଗଣ୍ଠି ଗୁଡ଼ିକ ଅଟକିବା ଦେଖା ଦେଇଥାଏ । ଯେଉଁ କାରଣରୁ ଉଠା ବସା କରିବାରେ ଅନେକ ସମସ୍ୟା ହୋଇଥାଏ । ସେଥିପାଇଁ ବିଶେଷ ଭାବରେ ଶୀତଋତୁ ରେ ନିଜର ଖାଦ୍ୟ ପଦାର୍ଥ କୁ ଧ୍ୟାନ ଦେବା ଆବଶ୍ୟକ ।
କିଛି ଲୋକଙ୍କର ଧାରଣା ରହିଛି ଯେ ହାଦକୁ ମଜବୁତ୍ କରିବା ପାଇଁ କେବଳ କ୍ୟାଲସିୟମ ର ଆବଶ୍ୟକତା ରହିଥାଏ । କିନ୍ତୁ ଏହା ଠିକ୍ ନୁହେଁ, ଆପଣଙ୍କୁ କ୍ୟାଲସିୟମ ସହିତ ଅନ୍ୟ ସବୁ ଭିଟାମିନ ର ମଧ୍ୟ ଆବଶ୍ୟକତା ରହିଛି ।
ହାଡ କୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ଉପାଦାନ –
* କ୍ୟାଲସିୟମ-
ହାଡ କୁ ମଜବୁତ୍ କରିବା ପାଇଁ କ୍ୟାଲସିୟମ ଜରୁରୀ , ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣ ରେ କ୍ୟାଲସିୟମ ନାହିଁ ତେବେ ହାଡ ଦୁର୍ବଳ ହୋଇଯାଏ । ତେଣୁ ନିୟମିତ ଭାବରେ ଆପଣଙ୍କ ଖାଦ୍ୟରେ ଦୁଗ୍ଧ , ଦହି ଓ ପନିର ଇତ୍ୟାଦି ସାମିଲ କରିବା ଆବଶ୍ୟକ । ଏହା ଆପଣଙ୍କୁ ଅଷ୍ଟ୍ରୀୟୋ ପୋରୋଷିସ୍ ରୁ ରକ୍ଷା କରିବ । କ୍ୟାଲସିୟମ ପାଇଁ ଆପଣ ଭାତ, ସୋୟା , ଆଲମଣ୍ଡ , ବ୍ରକୋଲୀ , ମାଛ , ସବୁଜ ପନିପରିବା ଖାଇବା ଉଚିତ୍ । ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ୍ ଉଷୁମ କ୍ଷୀର ପିଆନ୍ତୁ ।
* ଭିଟାମିନ ଡି –
ହାଡ କୁ ମଜବୁତ୍ କରିବା ପାଇଁ ଭିଟାମିନ ଡି ଖୁବ୍ ଜରୁରୀ । କ୍ୟାଲସିୟମ କୁ ଅବସୋଷିତ କରିବା ପାଇଁ ଶରୀରରେ ଭିଟାମିନ ଡି ପ୍ରଚୁର ପରିମାଣରେ ଆବଶ୍ୟକ । ଭିଟାମିନ ଡି ର ପ୍ରାକୃତିକ ସ୍ରୋତ ସୁର୍ଯ୍ୟ କିରଣ , କିନ୍ତୁ ଏହାର ସପ୍ଲିମେଣ୍ଟ ଭାବରେ ଆପଣ ସାଲମାନ ଫିସ ଖାଇବା ଉଚିତ୍ ।
* ପ୍ରୋଟିନ –
ହାଡ଼ର ଶକ୍ତି ପାଇଁ ପ୍ରୋଟିନ ନିହାତି ଜରୁରୀ । କୌଣସି ଫ୍ୟକ୍ଚର୍ କୁ ଠିକ୍ ରଖିବା ପାଇଁ ପ୍ରୋଟିନ ଜରୁରୀ ଅଟେ । ଡାଏରୀ ପ୍ରଡକ୍ଟ ରୁ ଆପଣଙ୍କୁ ପ୍ରୋଟିନ ମିଳିଥାଏ । ଏହା ବ୍ୟତୀତ କଖାରୁ ମଞ୍ଜି, ବାଦାମ, ପିଜୁଳି ଓ ଚିଙ୍ଗୁଡି ମାଛରୁ ପ୍ରୋଟିନ ମିଳିଥାଏ ।
* ଅନ୍ୟ ଖଣିଜ – ହାଡ କୁ ମଜବୁତ୍ କରିବା ପାଇଁ ଖଣିଜ ପଦାର୍ଥ ନିହାତି ଜରୁରୀ । ଯେପରିକି ପୋଟାସିୟମ ମଗ୍ନେଶୀୟମ ଇତ୍ୟାଦି । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଟମାଟୋ , ଗାଜର , ସବୁଜ ପନିପରିବା , ଅଣ୍ଡା , ଆଲାମଣ୍ଡ , କାଜୁ ଇତ୍ୟାଦି ଖାଇବା ଉଚିତ୍ ।
IEC 2 years
Leave A Reply