ବ୍ରହ୍ମପୁର: ଦୁର୍ଘଟଣାକୁ ରୋକିବା ଏବଂ ଜନ ସାଧରଣଙ୍କୁ ସଚେତନ କରିବା ଲକ୍ଷ ନେଇ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ପକ୍ଷରୁ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆରମ୍ଭ ହୋଇଯାଇଛି ସପ୍ତାହିକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷା ସଚେତନତାର ପ୍ରଥମ ଦିନରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ପକ୍ଷରୁ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ ଟାଟାବେଞ୍ଚ ଛକ ଠାରେ ଆରମ୍ଭ ହୋଇଛି ୩୨ତମ ସଡ଼କ ସୁରକ୍ଷା ସଚେତନତା କାଯ୍ୟକ୍ରମ । ରାସ୍ତାରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ଓ ପରିବହନ ଅଧିକାରୀ ଏବଂ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ଗାଡି ଚାଳକ ମାନଙ୍କୁ ହେଲମେଟ୍ ପିନ୍ଧିବା, ମୋଟର ସାଇକେଲରେ ୨ଜଣରୁ ଅଧିକ ନବସିବା ଏବଂ ଗାଡି ଚଳେଇଲା ବେଳେ ଫୋନ ବ୍ୟବହାର ନକରିବା କିମ୍ବା ମଦ ପିଇ ଗାଡ଼ି ନ ଚଳେଇବା ପାଇଁ ସଚେତନ କରାଇବା ସହିତ ୪ ଚକିଆ ଓ ତଦୁର୍ଦ୍ଧ ଯାନ ଚଲାଉଥିବା ଡ୍ରାଇଭର ମାନଙ୍କୁ ସେଫ୍ଟିବେଲଟ ପିନ୍ଧି ଗାଡି ଚାଳନା କରିବା ପାଇଁ ସଚେତନ କରାଇବା ସହ ନିରାପଦ ଗାଡି ଚାଳନା ପାଇଁ ବାର୍ତ୍ତା ଦେଇଥିଲେ । ସଡ଼କ ସୁରକ୍ଷାର ପ୍ରଥମ ଦିନରେ ବ୍ରହ୍ମପୁର ସହର ପାଖା ପାଖି ଶତକଡା ୮୦ ଭାଗରୁ ଉର୍ଦ୍ଧ୍ବ ଲୋକ ହେଲମେଣ୍ଟ ପିନ୍ଧୁଥିବା ଦେଖିବାକୁ ମିଳିଥିଲା । ଯେଉଁ ମାନେ ହେଲମେଣ୍ଟ ପିନ୍ଧିନ ଥିଲେ ଏବଂ ଯେଉଁ ମାନେ ଟ୍ରାଫିକ୍ ନିୟମ ଉଲଂଘନ କରୁଛନ୍ତି ସେମାନେଙ୍କୁ ଆଜି ଗୋଲାପ ଫୁଲ ଦେଇ ସଚେତନତା କରାଇଥିଲେଲେ ଟ୍ରାଫିକ୍ ଡ଼ି.ଏସ୍.ପି ବିମଳକାନ୍ତ ନାୟକ । ଏହି ପରିପ୍ରେକ୍ଷୀରେ ଆଜିଠାରୁ ଜାତୀୟ ରାଜପଥ ସହ ସହର ଭିତରେ ସଚେତନତା ସହ ଟ୍ରାଫିକ୍ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ବିକାଶ ଚ୍ରୌଧୁରୀ । ଆଜିର ଏହି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଟ୍ରାଫିକ୍ ଆଇ.ଆଇ.ସି ସୁନୀଲ କୁମାର ବେହେରା,ଏସ୍ ଆଇ ଗୁଣନିଧି ମଲ୍ଲିକ,ଏଏସ୍ଆଇ ନରସିଂହ ପାଣି ,ହାବିଲଦାର ସାଇ ଜୀବନ ପାତ୍ର ,ଦେବେନ୍ଦ୍ର ପ୍ରଧାନ, କେ. କେ ରାଓ ,କନେଷ୍ଟବଳ ପିଣ୍ଟୁ ବେହେରା, ଅନିଲ କୁମାର ପାତ୍ର ,ପ୍ରଶାନ୍ତ ସ୍ୱାଇଁ ,ରୋଜାଳିନୀ ନାୟକ ,ହୋମଗାର୍ଡ ବୁଲୁ ଦାସ ,ପ୍ରଦୀପ ମହାପାତ୍ରଙ୍କ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
