Odisha news

ଟିବି ହାରିବ ଗଞ୍ଜାମ ଜିତିବ”

0
ବ୍ରହ୍ମପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ ଦ୍ୱାରା ‘ଟିବି ହାରିବ ଦେଶ ଜିତିବ’ ଅଭିଯାନ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ଟିବି ନିରାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରୁ ସହଯୋଗ, ଭାଗିଦାରୀତା, ସଚେତନତା ଏକାନ୍ତ ଆବଶ୍ୟକ ହେବା ସହ ଏହିପରି ଏକ ମହାନ କାର୍ଯ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତି ହାତକୁ ନେଇଛନ୍ତି। ସମାଜରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଜିଲ୍ଲାରେ ସ୍ବାସ୍ଥ୍ୟ ସମିତି ଜରିଆରେ ଏକ ଭ୍ରାମ୍ୟମାଣ ସଚେତନତା ରଥକୁ ଜିଲ୍ଲାପାଳ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ସଚେତନତା ରଥ ପ୍ରତ୍ୟକ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ବୁଲିବା ସକାଶେ କାର୍ଯ୍ୟକ୍ରମ ରହିଛି । ଯକ୍ଷ୍ମା ରୋଗର ଚିହ୍ନଟ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଏବଂ ଅପହଞ୍ଚ ଅଞ୍ଚଳକୁ ସ୍ବାସ୍ଥ୍ୟକ୍ରମୀ ଯଥା ଆଶା କର୍ମୀ, ଏଏନଏମ, ସୁପରଭାଇଜର ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳିତ ହେଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳରୁ ୨୮୫୫୭ ସନ୍ଦେହ ରୋଗୀ ମାନଙ୍କର କଫ ନମୁନା ସଂଗ୍ରହକରି ପରୀକ୍ଷା କରା ଯାଇଥିବାବେଳେ ଓ ସେଥିମଧ୍ୟରୁ ୭୫୮ ଜଣ ଟିବି ରୋଗୀଙ୍କୁ ଚିହ୍ନଟ କରିବା ସଙ୍ଗେସଙ୍ଗେ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା | ଗତବର୍ଷ ୫୯୪୦୫ ଜଣଙ୍କ କଫ ନମୁନା ସଂଗ୍ରହ କରି ପରୀକ୍ଷା କରା ଯାଇଥିବାବେଳେ ଓ ସେଥିମଧ୍ୟରୁ ୪୪୧୯ ଜଣଙ୍କ ଯକ୍ଷ୍ମା ରୋଗୀ ଚିନ୍ହଟ ହୋଇଛନ୍ତି । ସରକାରଙ୍କ ପୋଷଣ ଯୋଜନାରେ ସମସ୍ତ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାଙ୍କ ବ୍ୟାଙ୍କ ଖାତା ମାଧ୍ୟମରେ ଅର୍ଥରାଶି ପ୍ରଦାନ କରାଯାଉଛି ଏବଂ ୪୪୧୯ ରୋଗୀଙ୍କୁ ଏଚ.ଆଇ.ଭି ଏଡ଼ସ୍‌ ରୋଗର ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୩୮ ଜଣ ରୋଗୀଙ୍କର ଏଚ.ଆଇ.ଭି ଥିବା ଜଣାପଡ଼ିଛି ଓ ସେମାନଙ୍କ ଏଚ.ଆଇ.ଭି ଚିକିତ୍ସା କରାଯାଉ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦୨ ଜଣଙ୍କର ଔଷଧ ପ୍ରତିରୋଧକ ଯକ୍ଷ୍ମା ଚିହ୍ନଟ କରାଯାଇ ଚିକିତ୍ସା ମଧ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଗତବର୍ଷ କାରାଗାରରେ ଥିବା ଅନ୍ତବାସୀ ମାନଙ୍କ ମଧ୍ୟରେ ଯକ୍ଷ୍ମା ସଚେତନତା କରିବା ସହ ସନ୍ଦେହୀଙ୍କ ଠାରୁ କଫ ପରୀକ୍ଷା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ୟକାରୀ ଡାକ୍ତର ଉମା ଶଙ୍କର ମିଶ୍ର କହିଛନ୍ତି କି ସମସ୍ତ ସ୍ଵାସ୍ଥ୍ୟକର୍ମୀ ଘର ଘର ବୁଲି ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ସହ ପରୀକ୍ଷା କରାଇବା ଓ ଯଥାବିଧି ସୁଯୋଗ ଦେବା ଓ ଜିଲ୍ଲାରେ ସମସ୍ତ ଆଶା କର୍ମୀ ଅନ୍ୟୁନ ୫ ଜଣ ସନ୍ଧେହି ବ୍ୟକ୍ତିଙ୍କୁ କଫ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସଙ୍ଗେସଙ୍ଗେ ଘରୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସରକାରଙ୍କ ତରଫରୁ ମଧ୍ୟ ପ୍ରତ୍ସାହନ ରାଶି ଦିଆଯାଉଛି । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧୁକାରୀ ( ଯକ୍ଷ୍ମା ) , ଗଞ୍ଜାମ ଡାକ୍ତର ଅବନୀ କୁମାର ପାତ୍ର ଜିଲ୍ଲାରେ ସମସ୍ତ ବହୁବିଧି ରୋଗୀମାନଙ୍କର କଫ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ସାମାଜିକ ଗଣମାଧ୍ୟମର ପ୍ରତିନିଧି ଗୁରୁତ୍ବ ଭୂମିକା ରହିଥିବାବେଳେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ଏହାସହ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ଏହାର ସୁଫଳ ମିଳିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଗୀତମୟ ପଟନାୟକ, ଶ୍ରୀଯୁକ୍ତ ହେମନ୍ତ କୁମାର ଦଶ, ଗଞ୍ଜାମ ଜିଲ୍ଲା ଡି.ପି.ଏମ୍ ଏବଂ ଏନ.ଏଚ୍.ଏମ୍, ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ତ୍ରିପାଠୀ, ବିଦେଶୀ ଜେନା, ସୁଧୀର କାନ୍ତ ବେହେରା, ଲୋକନାଥ ପଣ୍ଡା, ସନ୍ତୋଷ ପ୍ରସାଦ ନନ୍ଦ, ବଳରାମ ନାୟକ, ଶ୍ରୀଯୁକ୍ତ କାମଦେବ ସ୍ୱାଇଁ, ପି. ଉର୍ମିଳା ରେଡ୍ଡୀ,ପାର୍ବତୀ ଗୌଡ଼ ଏବଂ ବହୁ ଜିଲ୍ଲା ଯକ୍ଷ୍ମା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
Nalco
Leave A Reply