ପାଣିକୋଇଲି, ୧୮ା୧: କେଉଁଝର ଟାଉନ ଥାନା ଅନ୍ତର୍ଗତ କାଶିପୁର ନିକଟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ କରିଥିବା ଦୃର୍ବୃତ ମାନଙ୍କୁ ଗିରଫ ନକରିବା ଓ ଗାଡିକୁ ଜବତ ନକରିବା ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଲିସ ମହାନିଦେ୍ର୍ଦଶକଙ୍କ ଉଦେ୍ଦ୍ୟଶରେ ଯାଜପୁର ଜିଲ୍ଲା ଆରକ୍ଷô ଅଧିକ୍ଷକଙ୍କ ଜରିଆରେ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ପାଣିକୋଇଲିସ୍ଥିତ ପୁଲିସ ମୁଖ୍ୟାଳୟରେ ପ୍ରତିବାଦ କରାଯିବା ସହ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଆଗରେ ବଲୋରୋରେ ଆସି ଆଡ୍ଡା ପକାଇ ଗାଳି ଗୁଲଜ ଓ ଆକ୍ରମଣ ଘଟଣାରେ ସଂଜୟ ମହାନ୍ତି ସମେତ ତାଙ୍କର ୪ ଜଣ ସମର୍ଥକ ମାନଙ୍କୁ ଗିରଫ କରିବା ଦାବି କରାଯାଇଛି । ଡିଜିପିଓ ଉଦ୍ୟେଶରେ ରାଜ୍ୟର ସମସ୍ତ ଏସପିଙ୍କୁ ଦାବି ପତ୍ର ଦିଆଯାଉଥିବା ବେଳେ ଯାଜପୁର କଂଗ୍ରେସ ପକ୍ଷରୁ ମଧ୍ୟ ତାହା ପାଳିତ ହୋଇଛି ।
କେଉଁଝର ଏସପି ଓ ଟାଉନଥାନା ଅଧିକାରୀ ଅବିଳମ୍ବେ ଦୃର୍ବୃତ ମାନଙ୍କୁ ଗିରଫ ନକଲେ ସାରା ରାଜ୍ୟରେ କଂଗ୍ରେସ ଆନେ୍ଦାଳନକୁ ତୀବ୍ର କରିବ ବୋଲି ଚେତାବନୀ ମଧ୍ୟ ଦେଇଛି । ଏନେଇ ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଏସପି ରାହୁଲ ପିଆରଙ୍କୁ ଡିଜିପିଙ୍କ ଉଦେ୍ଦ୍ୟଶରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଅଜୟ କୁମାର ସାମଲ. ମନୋରଂଜନ ଦାସ, ରୀତାଶ୍ରୀ ମହାନ୍ତି, ବିଷ୍ଣୁ ରାଉତ, ସନ୍ତୋଷ କୁମାର ନନ୍ଦ, ହୃଷିକେଶ ପତି, ସୁଦିପ କୁମାର କର ସଂଗ୍ରାମ କେଶରୀ ଜେନା, ଗଦାଧର ଦାସ, ଆଲୋକ ବେହେରା, ଆଦିତ୍ୟ ମହାନ୍ତି, ସନ୍ତୋଷ ବେହେରା, ଶ୍ରୀକାନ୍ତ ମଲ୍ଲିକ, ରବିନ୍ଦ୍ର ବଳ, ନିର୍ମଳ ମଲ୍ଲିକ, ଘନଶ୍ୟାମ ପଣ୍ଡା, ନିରଂଜନ ନାୟକ, ନରହରି କୁଅଁର, ବିଶ୍ୱଜିତ ଦାସ, ପ୍ରଦୀପ ମାଝୀ, ହୃଦାନନ୍ଦ ସାମଲ, ସନ୍ତୋଷ କୁମାର ମହାନ୍ତି, ମଧୁସୂଦନ ସାହୁ, ଚାନ୍ଦ ଖାନ, ଅଂଜନ ରଣା, ଚନ୍ଦନ ସେନାପତି, ଅଜୟ ଦାସ, କମଳାକାନ୍ତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
