ଆଜିକାଲିର ଜୀବନଶୈଳୀ ଆମ ଶରୀର ଉପରେ ଖୁବ ପ୍ରଭାବ ପକାଉଛି l ତେଣୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି l ସେହି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଲୋ ବ୍ଲଡ଼ ପ୍ରେସର l ଲୋ ବ୍ଲଡ଼ ପ୍ରେସର କୁ ମେଡିକାଲ ଭାଷାରେ ହାଇପୋଟେନ୍ସନ କୁହାଯାଇ ଥାଏ l ଯେତେବେଳେ ବ୍ଲଡ଼ ପ୍ରେସର ସାମାନ୍ୟ ଠାରୁ ଟିକିଏ କମିଯାଇ ଥାଏ ସେତେବେଳେ ତାହାକୁ ଆମେ ନିମ୍ନ ରକ୍ତଚାପ କହିଥାଉ l ଅନେକ ସମୟରେ ଜଣା ପଡି ନଥାଏ ନିମ୍ନ ରକ୍ତଚାପ l ଲୋ ବ୍ଲଡ଼ ପ୍ରେସର ଅଧିକାଂଶ ସମୟରେ ଏମର୍ଜେନ୍ସି କଣ୍ଡିସନ ର କାରଣ ହୋଇଥାଏ l
ନିମ୍ନ ରକ୍ତଚାପ କେବେ ହୋଇଥାଏ ବିପଦପୂର୍ଣ୍ଣ -:
ରକ୍ତଚାପ କମିବାର ଆମେ ଅଧିକାଂଶ ସମୟରେ ଜାଣିପାରି ନଥାଉ l ବିପି ସାମାନ୍ୟ କମିବା ଦ୍ୱାରା ଅନେକ ଲକ୍ଷଣ ଦେଖା ଯାଇଥାଏ l ଯଦି ଲକ୍ଷଣ ଦେଖାଯିବା ପରେ ମଧ୍ୟ ଆମେ ଅଣଦେଖା କରିଥାଉ ତେବେ ତାହା ଭୟଙ୍କର ସ୍ଥିତି ସୃଷ୍ଟି କରିଥାଏ l
ଲୋ ବ୍ଲଡ଼ ପ୍ରେସର ର ଲକ୍ଷଣ –
– ମୁଣ୍ଡ ବୁଲାଇବା
– ବେହୋସ ହୋଇଯିବା ଓ ଥକା ଲାଗିବା
– ବାନ୍ତି ଲାଗିବା
– ଡିହାଇଡ୍ରେସନ
– ଆକ୍ଷିକୁ ଝାପ୍ସା ଦେଖାଯିବା
– ଦ୍ରୁତ ଗତିରେ ପ୍ରଶ୍ୱାସ ନେବା
– ଡିପ୍ରେସନ ଶିକାର ହେବା
କାହିଁକି ହୋଇଥାଏ ନିମ୍ନ ରକ୍ତଚାପ –
– ଶରୀରରେ ରକ୍ତ ହୀନତା
– ଗର୍ଭାବସ୍ଥା ସମୟରେ ଶରୀରରେ ପରିବର୍ତନ
– ଶରୀର ଡି – ହାଇଡ୍ରେସନ ର ଶିକାର ହେବା
– ଭିଟାମିନ ଓ ପୋଷାକ ତତ୍ୱ ଶରୀରରୁ କମିବା
– କିଛି ଔଷଧର ସାଇଡ ଇଫେକ୍ଟ
– ହାର୍ଟ ସମସ୍ୟା ଦେଖାଗଲେ
– ଗୋଟିଏ ସୁସ୍ଥ ଶରୀରର ବ୍ଲଡ଼ ପ୍ରେସର 120/80 ରହିବ ଜରୁରୀ l ଯଦି ଆପଣଙ୍କ ରକ୍ତଚାପ 90/୬୦ ମିମି ଏଚଜି ରୁ କମ ରହିବ ବିପଦ ଜନକ ହୋଇଥାଏ l