ନୂଆଦିଲ୍ଲୀ : ଯେତେବେଳେ ମଣିଷ ପ୍ରେମରେ ପଡିଥାଏ ନିଜର ଜୀବନ ସାଥୀକୁ ନେଇ ଖୁବ ସମ୍ବେଦନଶୀଳ ଓ ଭାବୁକ ହୋଇଥାଏ l କିନ୍ତୁ ଗୋଟିଏ ବଏ ଫ୍ରେଣ୍ଡ ନିଜର ଗାର୍ଲ ଫ୍ରେଣ୍ଡ ସହିତ ଏପରି କିଛି କରିଛନ୍ତି ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରାଇଛି l ପୁରୁଷ ବନ୍ଧୁ ଜଣଙ୍କ ନିଜ ପ୍ରେମିକାଙ୍କୁ ଜଣାଇ ବାକୁ ଚାହିଁ ଥିଲେ ଯେ ତାଙ୍କର ମୃତ୍ୟୁ ହୋଇ ଯାଇଛି l ମିଳିଥିବା ଗୋଟିଏ ସୂଚନା ଅନୁସାରେ ପୁଋଷବନ୍ଧୁ ଜଣଙ୍କର ପ୍ରେମିକା ଜାଣିଥିଲେ ଯେ ୨ବର୍ଷ ତଳୁ ତାଙ୍କ ପୁଋଷବନ୍ଧୁ ମୃତ ବୋଲି l
ଝିଅ ଜଣଙ୍କ କହିଛନ୍ତି ଯେ ସେ କେବେବି ଜାଣି ନଥିଲେ ଯେ ତାଙ୍କ ପୁରୁଷ ବନ୍ଧୁ ତାଙ୍କ ସହିତ ଏହିଭଳି କରିବେ l ସେ ନିଜ ପୁଋଷବନ୍ଧୁ ଗାୟବ ଅଛନ୍ତି ବୋଲି ପୋଲିସ ଷ୍ଟେସନ ରେ ଗୋଟିଏ ରିପୋର୍ଟ ଲେଖାଇଥିଲେ l ଯାହା ପରେ ତାଙ୍କୁ ସୂଚନା ମିଳିଲା ଯେ ତାଙ୍କ ପୁଋଷବନ୍ଧୁ ଙ୍କର ମୃତ୍ୟୁ ହୋଇ ଯାଇଛି l ଯେତେବେଳେ ମୁଁ ଜାଣିଲି ଯେ ମୋ ପୁଋଷବନ୍ଧୁ ବଞ୍ଚିଛନ୍ତି ମତେ ବହୁତ ଝଟକା ଲାଗିଲା l
ମୁଁ ପ୍ରଥମେ ଭାବିଲି ଏହା ମିଥ୍ୟା କିନ୍ତୁ ସତ୍ୟକୁ ସାମ୍ନା କରିବାର ସାହସ ନଥିଲା l ମୋ ପୁଋଷବନ୍ଧୁ ମତେ କ୍ଷମା ମାଗିଥିଲେ ମଧ୍ୟ ମୁଁ ତାହା ଗ୍ରହଣ କରି ପରି ନଥିଲି l ଯୁବତୀ ଜଣଙ୍କ ଏହି ସମସ୍ତ ଘଟଣା ଗୋଟିଏ ଟିକ ଟକ ଭିଡିଓ ରେ କହିଥିଲେ l ଯେଉଁ କାରଣରୁ ଏହା ଲୋକ ଲୋଚନକୁ ଆସିଥିଲା l ସେ ଆଗକୁ କହିଥିଲେ ଯେ କାହାକୁ ଏତେ ବିଶ୍ୱାସ କରିବା ଉଚିତ ନୁହେଁ ,ଯାହାଦ୍ୱାରା ଆପଣଙ୍କର ଭରସା ଛିଡି ଯିବ l
Comments are closed.