Odisha news

ଅବସାଦ ରୁ ମୁକ୍ତ ରହିବା ପାଇଁ ନିୟମିତ ସେବନ କରନ୍ତୁ ଏହି ୨ଟି ଚମତ୍କାର ଜିନିଷ

ତୁଳସୀ ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ତୁଳସୀ ପତ୍ର ସେବନ କରିବା ଦ୍ବାରା ଇମ୍ୟୁଣିଟି ବଢିବା ସହିତ ଗଂଭିର ରୋଗରୁ ମଧ୍ୟ ଆରାମ ମିଳିଥାଏ । ଏହି ମହାମାରୀ ସମୟରେ ତୁଳସୀ ପତ୍ରର କାଢ଼ା ପ୍ରସ୍ତୁତ କରି ପିଇବା ଦ୍ବାରା ଆମର ଇମ୍ୟୁନିଟି ବଢିବ ବୋଲି ଗବେଷକ ମାନେ ମତ ଦେଇଛନ୍ତି । କିନ୍ତୁ ତା ସହିତ ଆହୁରି ମଧ୍ୟ ଜଣା ପଡ଼ିଛି ଯେ ଦୁଗ୍ଧ ସହିତ ତୁଳସୀ ପତ୍ର ସେବନ କରିବା ଦ୍ବାରା ଅନେକ ଗୁଡ଼ିଏ ରୋଗରୁ ମଧ୍ୟ ନିଜକୁ ଦୂରେଇ ରଖି ହେବ ।ଆସନ୍ତୁ ଜାଣିବା ଏହି ବିଷୟରେ ।
* ତୁଳସୀ କ୍ଷୀର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଦେଢ଼ ଗ୍ଲାସ୍ କ୍ଷୀରକୁ ଗୋଟିଏ ପାତ୍ରରେ ନେବାକୁ ପଡ଼ିବ । ଏହା ପରେ ଏଥିରେ ୧୦ ଟି ତୁଳସୀ ପତ୍ର ପକାଇବେ ଏବଂ ଏହାକୁ ଚୁଲିରେ ବସାଇ କିଛି ସମୟ ପାଇଁ ଫୁଟାଇବେ । ଦେଖିବେ କ୍ଷୀରଟି ଗୋଟିଏ ଗ୍ଲାସ୍ ହୋଇଗଲା ପରେ ତାହାକୁ ଛାଣି ଉଷୁମ ଉଷୁମ ସେବନ କରିବେ ।
” ତୁଳସୀ ପତ୍ରର ଔଷଧୀୟ ଗୁଣ ଅବସାଦ ଓ ଚିନ୍ତାକୁ ଦୂର କରିଥାଏ । ଯେଉଁ ବ୍ୟକ୍ତି ମାନେ ମାନସିକ ଦିଶ୍ଚିନ୍ତର ଶିକାର ହେଉଛନ୍ତି ସେମାନେ କ୍ଷୀର ଓ ତୁଳସୀ ପତ୍ର ପ୍ରତେକ ଦିନ ସେବନ କରିବା ଆବଶ୍ୟକ । ଯାହା ଦ୍ବାରା ଦୁଶ୍ଚିନ୍ତାରୁ ଦୂରେଇ ରହି ପାରିବେ ।
 * କରୋନା ମହାମାରୀ ସମୟରେ ପ୍ରତେକ ବ୍ୟକ୍ତି ନିଜର ଇମ୍ୟୁନିଟିକୁ ବଢ଼ାଇବାକୁ ଧ୍ୟାନ ଦେଉଛନ୍ତି । ଯେକୌଣସି ରୋଗ ହେଉ ଯଦି ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ଥିବା ତେବେ ତାହା ଆପଣଙ୍କୁ ଆକ୍ରମଣ କରିବ । ତୁଳସୀ ପତ୍ରରେ ଥିବା ଆଣ୍ଟି ଆକ୍ସିଡ଼ାଣ୍ଟ ଆପଣଙ୍କ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଦୁଗ୍ଧ ଓ ତୁଳସୀ ପତ୍ର ଆପଣଙ୍କୁ ପୋଷାକ ତତ୍ତ୍ଵ ଯୋଗାଇବା ସହିତ ଥଣ୍ଡା ଜନିତ ସମସ୍ୟାରୁ ଦୂରେଇ ରଖିଥାନ୍ତି ।
 * ଗବେଷକ ମାନଙ୍କ ମତରେ ଦୁଗ୍ଧ ଓ ତୁଳସୀ ପତ୍ର ଗରମ କରି ପିଇବା ଦ୍ବାରା ହୃତପିଣ୍ଡ ସୁସ୍ଥ ରହିଥାଏ । ପ୍ରତେକ ଦିନ ଖାଲି ପେଟରେ ତୁଳସୀ ଯୁକ୍ତ କ୍ଷୀର ପିଇବା ହୃଦରୋଗୀ ମାନଙ୍କ ପାଇଁ ଲାଭଦାୟକ ଅଟେ ।
* ଯଦି ଆପଣଙ୍କର ନିଃଶ୍ୱାସ। ସମ୍ବଧିୟ ସମସ୍ୟା ହେଉଛି ତେବେ ତୁଳସୀ ଓ ଦୁଗ୍ଧ ନିଶ୍ଚିନ୍ତ ପିଇବା ଉଚିତ୍ । ବଦଳୁଥିବା ଋତୁରେ ବିଭିନ୍ନ ସଂକ୍ରମରରୁ ଏହା ଦୂରେଇ ରଖିଥାଏ ।
* ତୁଳସୀ ପତ୍ର ଓ ଦୁଗ୍ଧ ଫୁଟାଇ ପିଇବା ଦ୍ବାରା ମାଇଗ୍ରେନ୍ ଭଳି ସମସ୍ୟାରୁ ଆରାମ ମିଳିଥାଏ । ଯଦି ଆପଣ ଦୀର୍ଘ ସମୟରୁ ଏହି ସମସ୍ୟାରେ କଷ୍ଟ ପାଉଛନ୍ତି ତେବେ ଏହି ଉପାୟକୁ ଗ୍ରହଣ କରନ୍ତୁ ।
Shares