ପରିପାର୍ଶ୍ଵିକ ପରିସ୍ଥିତି ସର୍ବଦା ମଣିଷ ମାନଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇଥାଏ, ତେଣୁ ସେହିଭଳି ଛୋଟ ପିଲାଙ୍କ ଜୀବନ ଉପରେ ମଧ୍ୟ ପରିପାର୍ଶ୍ଵିକ ପରିସ୍ଥିତି ର ପ୍ରଭାବ ପଡିଥାଏ l ସ୍କୁଲ୍, ପଡୋଶୀ, କୋଚିଂ କିମ୍ବା ପବ୍ଲିକ ପ୍ଲେସ, ଏହି ସମସ୍ତ ସ୍ଥାନକୁ ପିଲାମାନେ ଯାଇ ଥାଆନ୍ତି l ସାଧାରଣ ଭାବରେ ଦେଖା ଯାଉଛି ଯେ ଆଜିକାଲି ପିତାମାତା ନିଜ କର୍ମ ବହୁଳ ଜୀବନ ରେ ନିଜ ପିଲାମାନଙ୍କୁ ଠିକ ଭାବରେ ସମୟ ଦେଇ ପାରୁ ନାହାନ୍ତି l
ଏଭଳି ସ୍ଥିତିରେ ପିଲାମାନଙ୍କ ଅବାଟକୁ ଯିବାର ସମ୍ଭାବନା ବଢି ଯାଇଥାଏ l ଯେତେବେଳେ ଆମେ ଛୋଟ ପିଲାଙ୍କୁ ଧ୍ୟାନ ଦେଇ ନଥାଉ ସେମାନେ ଖରାପ ବ୍ୟବହାର କରିବାକୁ ଭୁଲି ନଥାଆନ୍ତି l ରାଗିଯାଇ ହାତ ଉଠାଇବାକୁ ଭୁଲନ୍ତି ନାହିଁ, ଆମେ କିନ୍ତୁ ଆରମ୍ଭରେ ଏହାକୁ ଅଣଦେଖା କରି ଦେଇଥାଉ l
ଏହିସବୁ ପରିବର୍ତନ କୁ ଆପଣ ଅଣଦେଖା କରନ୍ତୁ ନାହିଁ –
– କୁଭାଷା ପ୍ରୟୋଗ କରିବା :
ଯଦି ଘରେ ପିଲାମାନେ କୁଭାଷା ପ୍ରୟୋଗ କରିଥାଆନ୍ତି , ତେବେ ବୁଝି ନିଅନ୍ତୁ ଯେ ତାର ସଙ୍ଗ ଦୋଷ ଖରାପ ହୋଇସାରିଛି l ଏପରି ଅନେକ ସମୟରେ ଦେଖା ଯାଇଥାଏ ଯେ ଘରେ ବଡ଼ମାନେ ମଧ୍ୟ କୁଭାଷା ପ୍ରୟୋଗ କରିଥାଆନ୍ତି l ତେଣୁ ପିଲାମାନେ ସେହି ଭାଷା କୁ ବ୍ୟବହାର କରିଥାଆନ୍ତି l ତେଣୁ ଘରର ବାତାବରଣ କୁ ଠିକ କରନ୍ତୁ l
– ଘରେ ମରାପିଟା ହେଲେ :
ଏଭଳି ଅନେକ ସମୟରେ ହୋଇଥାଏ , ପିଲାମାନେ ନିଜ ଘରେ କିମ୍ବା ପଡିଶା ଘରେ ମାଡ଼ ଗୋଳ ଦେଖିବା ଦ୍ୱାରା ଏହା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ l
ଏପରି ସ୍ଥିତି ରେ ସର୍ବଦା ଧର୍ଯ୍ୟର ସହିତ ପିଲାଙ୍କୁ ଖରାପ ଓ ଭଲ ମଧ୍ୟରେ ଫରକ ବୁଝାନ୍ତୁ l
– ଅନ୍ୟକୁ ଚିଡ଼େଇବା :
ପିଲାମାନଙ୍କ ଭିତରେ କିଛିଟା ଅଭ୍ୟାସ ଖୁବ ସାଧାରଣ ହୋଇଥାଏ, ଯେପରିକି ଅନ୍ୟକୁ ଚିଡ଼େଇବା l ଏହା ସେମାନେ ଅନ୍ୟ ନିକଟରୁ ଶିଖି ଥାଆନ୍ତି l ଯାହାକି ବାହାରେ ତାଙ୍କୁ ଅଭାଦ୍ରାମୀ ର ପରିଚୟ ଦେଇଥାଏ l
– ଯଦି ପିଲା ଘରୁ ଚୋରି କରୁଛି :
ପିଲାମାନଙ୍କର ସମସ୍ତ ସୁଖସୁବିଧା ପିତାମାତା ବୁଝି ଥାଆନ୍ତି l ତାଙ୍କର ଛୋଟ ବଡ଼ ସମସ୍ତ ଖର୍ଚ୍ଚ ତୁଲାଇ ଥାଆନ୍ତି l କିନ୍ତୁ ବେଳେବେଳେ ଏଭଳି ଦେଖା ଯାଇଥାଏ ପିଲାମାନେ ନିଜର କିଛିଟା ସୁଖ ସୁବିଧା ପାଇଁ ମିଛ କହି ଥାଆନ୍ତି, କିମ୍ବା ତାହାକୁ ପୁରା କରିବା ପାଇଁ ଚୋରି କରି ଥାଆନ୍ତି l ଏହି କଥା ପିଲାମାନେ ବାହାରୁ ଶିଖି ଥାଆନ୍ତି l
– ଅଧିକ ଜିଦିଆ ହେଲେ :
ପିଲାମାନଙ୍କ ଜିଦି ଦ୍ୱାରା ପିତାମାତା ଅତିଷ୍ଟ ହୋଇ ଥାଆନ୍ତି l ଛୋଟ ଛୋଟ କଥାରେ ଜିଦି ଧରି ଘରର ବାତାବରଣ କୁ ଖରାପ କରିଦିଅନ୍ତି l ଏଭଳି ସ୍ଥିତିରେ ପିଲାମାନଙ୍କ ସ୍ୱଭାବରେ ପରିବର୍ତନ ଆଣିବା ପାଇଁ ତାଙ୍କୁ ତାଗିଦ କରିବା ନିହାତି ଆବଶ୍ୟକ l