ବ୍ରହ୍ମପୁର : ଆସନ୍ତା ୮ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ରେ ପଞ୍ଚମ ଜୁନିଅର ବକ୍ସିଂ ପ୍ରତିଯୋଗିତା ଅରୁଣାଞ୍ଚଳ ପ୍ରଦେଶ ର ଇଟା ନଗର ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡିଶା ଦଳର ୧୧ ଖେଳାଳି ଭାଗ ନେବେ। ଖେଳାଳି ମାନଙ୍କ ମଧ୍ୟରେ ପ୍ରକାଶ ବାନାର୍ଜୀ,ଚନ୍ଦନ
ଥାପା, ଚେତେଶ୍ବର ସାବତ, ଗଣେଶ ଗୁରୁ, ଆଦିତ୍ଯ ନାୟକ, ସୁଧାସୁଂ ନାଥ,ଆଶିଷ ମଲ୍ଲିକ, ଅରୁଷ ପ୍ରଧାନ, ଆଙ୍କୁଶ ସିଂ,ଆଦିତ୍ଯ ରାଉତ, ଅରୁଷ ମୁଣ୍ଡା ରହି ଛନ୍ତି। କୋଚ ବିପିନ ଗୌଡ ଓ ବି ସନ୍ତୋଷ ଓ ଜାତୀୟ କୋଚ ତଥା ରେଫ୍ରୀ ଶିଶିର କୁମାର ପାଣିଗ୍ରାହୀ ଓ ଫେଡ୍ରରସନ ଉପସଭାପତି ଅନିଲ କୁମାର ବହିଦାର ଙ୍କ ସମେତ ବହୁ ଅଧିକାରୀ ଯାତ୍ରା କରିଛନ୍ତି। ପ୍ରତିଯୋଗିତାରେ ସମସ୍ତ ବକ୍ସର ଉଲ ପ୍ରଦର୍ଶନ କରିବେ ବୋଲି ବରିଷ୍ଠ କ୍ରିଡାବିତ ଆଶୀର୍ବାଦ ବେହେରା, ବକ୍ସିଂ ସଭାପତି ଅଧିପ ଦାସ,ଅଞ୍ଜନ ଦାସ, ରବି ପ୍ରତିହାରାହାରି, ଜିଲ୍ଲା ଆଥଲେଟିକ ସଂପାଦକ ଅଶୋକ ସାହୁ,ପ୍ରଭାକର ରାଓ,ବହୁ କର୍ମ କର୍ତ୍ତା ଆଶା ପ୍ରକଟ କରିଛନ୍ତି।