Odisha news

କ୍ରିକେଟରେ ସବୁଠୁ ଡେଙ୍ଗା ବୋଲର ଯାହାଙ୍କ ଉଚ୍ଚତା ୭ ଫୁଟ ୧ ଇଞ୍ଚ

0

କ୍ରିକେଟରେ ଏପର୍ଯ୍ୟନ୍ତ ସବୁଠୁ ଡେଙ୍ଗା ବୋଲର ଥିଲେ ପାକିସ୍ତାନର ମୋହମ୍ମଦ ଇର୍ଫାନ୍‌ ଯାହାଙ୍କ ଉଚ୍ଚତା ୭ ଫୁଟ ୧ ଇଞ୍ଚ । ଏବେ ତାଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ଆଉ ଜଣେ ପାକିସ୍ତାନୀ ଦ୍ରୁତ ବୋଲର । ୧୮ ବର୍ଷୀୟ ଏଇ ଯୁବକଙ୍କ ନାମ ମୁଦସର୍‌ ଗୁଜ୍ଜର, ଉଚ୍ଚତା ୭ ଫୁଟ ୬ ଇଞ୍ଚ । ପାକିସ୍ତାନ ସୁପର୍‌ଲିଙ୍ଗ୍‌ (ପିଏସ୍‌ଏଲ୍‌)ର ଟିମ୍‌ ଲାହୋର କଲଁଦର୍ସରେ ଗୁଜ୍ଜରଙ୍କୁ ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମରେ ସାମିଲ କରାଯାଇଛି । ପାକିସ୍ତାନୀ କ୍ରୀଡ଼ା ସାମ୍ବାଦିକ ସାଜ ସାଦ୍ଦିକ୍‌ ଟ୍ୱିଟ୍‌ କରି ଗୁଜ୍ଜରଙ୍କ ଉଚ୍ଚତା ପ୍ରଭୃତି ବିଷୟରେ ସୂଚନା ଦେଇଛନ୍ତି । ଯଦି ଗୁଜ୍ଜରଙ୍କୁ ଭବିଷ୍ୟତରେ ପାକ୍‌ ଟିମ୍‌ରେ ନିଆଯାଏ ସେ ହେବେ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ ଖେଳିବାରେ ସବୁଠୁ ଡେଙ୍ଗା କ୍ରିକେଟର । ମିଡ଼ିଆକୁ ମୁଦସର୍‌ ଗୁଜ୍ଜର କହିଛନ୍ତି, ମୋର ଏହି ଉଚ୍ଚତା ଉପରବାଲାଙ୍କ ମେହରବାନୀ ବୋଲି ମନେକରେ । କିନ୍ତୁ ଡାକ୍ତରମାନେ କହୁଛନ୍ତି ହର୍ମୋନ୍‌ ବିଭ୍ରାଟ ଯୋଗୁ ମୋ ଉଚ୍ଚତା ଅସ୍ୱାଭାବିକ ଭାବେ ବଢ଼ିଛି । ପ୍ରାଇମେରୀ ସ୍କୁଲରେ ପଢ଼ିବା ବେଳକୁ ମୋ ଉଚ୍ଚତା ୬ ଫୁଟ ହୋଇଯାଇଥିଲା । ମୁଁ ୨୩.୫ ସାଇଜର ଜୋତା ପିନ୍ଧେ । ବେଶୀ ଡେଙ୍ଗା ହୋଇଯାଇଥିବାରୁ କାର୍‌ ଚଳାଇ ପାରୁନି । ଏସବୁ ସତ୍ତେ୍ୱ ମୋ ଉଚ୍ଚତାକୁ ମୁଁ ନିଜର ତାକତ୍‌ ବୋଲି ମାନୁଛି । ଦ୍ରୁତ ବୋଲିଂ ପାଇଁ ୭ ମାସ ପୂର୍ବେ ଟ୍ରେନିଂ ଆରମ୍ଭ କରିଥିଲି । କିନ୍ତୁ କରୋନା ମହାମାରୀ ଯୋଗୁ ଟ୍ରେନିଂ ଅଧାରୁ ବନ୍ଦ ରହିଗଲା । ଖୁବ୍‌ ଡେଙ୍ଗା ହୋଇଥିବାରୁ ଦ୍ରୁତ ବେଗରେ ଦୌଡ଼ିପାରୁଛି । ଆଶାକରୁଛି ଦିନେ ମୁଁ ଇଣ୍ଟରନ୍ୟାସନାଲ୍‌ କ୍ରିକେଟରେ ପୃଥିବୀର ସବୁଠୁ ଡେଙ୍ଗା କ୍ରିକେଟର ହେବି ।

Leave A Reply