ବୋରିଗୁମ୍ମା ପୋଲିସ କୁ ବଡ଼ ସଫଳତା ମିଳିଛି। ପୋଲିସ ଏକାଥରକେ ଦୁଇଟି ଗଞ୍ଜାଇ ଗାଡି କୁ ଜବତ କରିବା ସହ ମୋଟ ୨୯୮ କିଲୋ ଗଞ୍ଜାଇ ଜବତ କରିଛି। ଏଥିସହ ଗୋଟିଏ ଗାଡିରୁ ଦୁଇ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।ଏନେଇ ପୋଲିସ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣା ଅନୁସାରେ ପୋଲିସ ୨୬ ତାରିଖ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ କୁନ୍ଦ୍ରଗୁଡ଼ା ନିକଟ ତେଲେଫୋନ ଏକ୍ସଚେଞ୍ଜ ଠାରେ ବୋରିଗୁମ୍ମା ରୁ ନବରଙ୍ଗପୁର ଦ୍ରୁତଗତିରେ ଯାଉଥିବା ଏକ ବୋଲେରୋ OR 02AJ 8399 କୁ ଅଟକାଇଥିଲେ। ସେହି ବୋଲେରୋ ରେ ଗଞ୍ଜାଇ ଥିବାର ସୁରାକ ମିଳିଲା। ଏଥିସହ ବୋଲେରୋ ରେ ବିହାର ଅଞ୍ଚଳ ର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନାମ ହେଲା ସୋନୁ କୁମାର ,ଘର ନବବଗଞ୍ଜ ବିହାର ରାଜ୍ୟ ଓ ଅନ୍ୟ ଜଣେ ହେଲେ ଅଶୋକ ଯାଦବ ,ଘର ବିହାର ବୋଲି ଜଣାଯାଇଛି। ଏହି ସମୟରେ ବୋରିଗୁମ୍ମା ରୁ ନବରଙ୍ଗପୁର ପଟକୁ ଯାଉଥିବା ଏକ କାର ପୋଲିସ ଦେଖି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଛାଡି ଦୌଡ଼ି ପଳାଇଥିଲେ। ପୋଲିସ ଦୁଇଟି ଗାଡ଼ି କୁ ଜବତ କରିବା ସହ ମୋଟ ୨୯୮ କିଲୋ ଗଞ୍ଜାଇ ଜବତ କରିଛି। ଗଞ୍ଜାଇ ର ଆନୁମାନିକ ମୂଲ୍ୟ ନଅ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ପୋଲିସ ଏନେଇ ଥାନାରେ ଏକ କେସ ନମ୍ବର ୧୩ / ୨୦୨୦ ରୁଜୁ କରିବା ସହ ଏନ ଡ଼ି ପି ଏସ ଆକ୍ଟ ଲଗାଇଛି। ପେଟ୍ରୋଲିଂ ସମୟରେ ପୋଲିସ ଏସ ଆଇ ଚିଂତେଶ୍ୱର ମୁଣ୍ଡା, ଶ୍ରୀକାନ୍ତ ସାହୁ ଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।