ବାଲିଗୁଡା. କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ୭୧ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଭାରତ ବର୍ଷ ର ସ୍ୱାଧୀନତା ରେ ବଳିଦାନ ଦେଇ ଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ଯୋଗୁଁ ଦେଶ ଆଜି ଗର୍ବ କରୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଏଥିରେ ସ୍ଥାନୀୟ ଏସଡିପିଓ ମାନସ ରଞ୍ଜନ ବାରିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଏବଂ ବାଲିଗୁଡା ଥାନା ସେକେଣ୍ଡ ଅଫିସର ଏମ.ପ୍ରଧାନଙ୍କ ନେତୃତ୍ୱ ରେ ପ୍ୟାରେଡ଼ ଉତ୍ସବ ସଞ୍ଚାଳନ ହୋଇଥିଲା l ଏଥିରେ ମୋଟ ୩୪ ଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିଥିଲେ l ପରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ୍ତା କର୍ଷକ ଦେଶାତ୍ମବୋଧକ ସଂଗୀତ ଏବଂ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରି ଥିବା ବ୍ୟକ୍ତି ମାନଙ୍କୁ ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ l ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାର ରୋଗୀଙ୍କୁ , ସବ ଜେଲ ର ଅନ୍ତେବାସୀ ଓ ଜରାନିବାସ ରେ ବୃଦ୍ଧବୃଦ୍ଧା ମାନଙ୍କୁ ଫଳ ଓ ମିଷ୍ଟାନ ଉପଜିଲ୍ଲାପାଳ,ଏସଡିପିଓ ସମେତ ବିଭିନ୍ନ ଅଧିକାରୀ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତୀର୍ଥବାସୀ ଘଡେଇ, ରଶ୍ମି ରଞ୍ଜନ ମହାରଣା ଅଭିମନ୍ୟୁ ପ୍ରଧାନ ଓ ଦୁର୍ଯ୍ୟୋଧନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l