ବୋରିଗୁମ୍ମା (କେ.ସାକିଲି ଦୋରା)- ଆଧୁନିକତା ର ଯେତେ ଶୀର୍ଷ ରେ ପହଞ୍ଚୁଛି ମନୁଷ୍ୟ ଦିନ କୁ ଦିନ ନିଜ ଶରୀର ସକାଶେ ସେତେ ଉପଭୋଗ କରୁଛି। ଯାହା ଫଳରେ ମନୁଷ୍ୟ ଆୟୁଷ ଥାଉ ଥାଉ ଅକାଳେ ମୃତ୍ୟୁ ବରଣ କରୁଛି। ନିଶା ମନୁଷ୍ୟ କୁ ଏପରି କବଳିତ କରି ରଖିଛି ଯେ ଥରେ ଯିଏ ନିଶା ବଳୟ ଭିତରେ ପ୍ରବେଶ କରେ, ସିଏ ନିଶା କବଳରୁ ଖସିବା ବହୁତ ମୁସ୍କିଲ। ଦିନ କୁ ଦିନ ବୋରିଗୁମ୍ମା ଅଞ୍ଚଳରେ ମଦ ,ଗୁଟଖା, ସିଗାରେଟ ର ଚାହିଦା ବୃଦ୍ଧି ପାଉଛି। ବିଶେଷ କରି ଯୁବ ଗୋଷ୍ଟି ମଦ ଓ ଗୁଟଖା ଖାଇଥାନ୍ତି। ଯାହାର ବାହାଘର ହେଉ ଅବା ପିକନିକ ସବୁଠି ମଦ ର ଆସର। ମଦ ନ ଥିଲେ ମଉଜ ମଜଲିସ ସବୁ ବନ୍ଦ ବୋଲି ଭାବୁଛନ୍ତି ଯୁବ ଗୋଷ୍ଟି। ମଦ ପିଇ ଅକାଳେ ମୃତୁ ବରଣ କରୁଥିବା ଅଭିଯୋଗ ହେଉଛି।
ପ୍ରାୟତଃ ୧୬ ବର୍ଷ ରୁ ୩୫ ବର୍ଷ ଯୁବ ପିଡ଼ି ମଧ୍ୟରେ ନିଶା ଖାଇବା ପ୍ରାୟ ଦେଖାଦିଏ। ପୂର୍ବରୁ ସହରାଞ୍ଚଳରେ ଯୁବପିଢ଼ି ନିଶା ବଳୟରେ ରହୁଥିବା ବେଳେ ଏବେ ଗ୍ରାମାଞ୍ଚଳ ର ଯୁବପିଢ଼ି ମାନେ ଧିରେ ଧିରେ ନିଶାଗ୍ରସ୍ତ ହେଲାଣି। ଛୋଟ ପିଲାଟି ସ୍କୁଲ କିମ୍ବା କଲେଜ ବାରଣ୍ଡା ଛାଡିଲେ ଧିରେ ଧିରେ କୁସଙ୍ଗ ରେ ଆସି ମଦ ଓ ଗୁଟଖା ର ଆଶ୍ରୟ ନେଇଥାଏ। ଫଳରେ ବହୁ ଯୁବପିଢ଼ି ଅକାଳେ ମୃତୁ ହେଉଥିବା ଦେଖାଦେଇଛି।ସେହିଭଳି ଅନ୍ୟତମ ମାରାତ୍ମକ ନିଶା ହେଉଛି ଗୁଟଖା । ଯିଏ ଥରେ ଗୁଟଖା ଚାଖିଛି ସେ କେବେ ଗୁଟଖା କବଳରୁ ମୁକ୍ତି ପାଇ ନାହିଁ।
ଆଜିକାଲି ୧୦ ବର୍ଷ ରୁ ପିଲାମାନେ ଗୁଟଖା ଖାଇବା ଆରମ୍ଭ କଲେଣି। ବହୁ ଯୁବପିଡ଼ି ଗୁଟଖା ଖାଇ ମୁଖ କ୍ୟାନ୍ସର ହେଉଥିବା ବେଳେ ଅନ୍ୟମାନେ ଗୁଟଖା ଖାଇ ମୁହଁ ଠିକ ଭାବେ ଖୋଲି ପାରୁ ନାହାଁନ୍ତି। ବୋରିଗୁମ୍ମା ବ୍ଲକରେ ବହୁ ଲୋକ ଗୁଟଖା ଖାଇ କ୍ୟାନ୍ସର ରେ ମୃତୁ ହେଉଥିବା ଦେଖାଦେଇଛି।ସରକାର ବିଭିନ୍ନ ଗଣମାଧ୍ୟମ ରେ ନିଶା ଠାରୁ ଦୂରେଇ ରହିବା ପାଇଁ ସଚେତନତା କଲେ ବି ତାହାର ପ୍ରଭାବ ବିଶେଷ ଭାବେ ସମାଜ ରେ ପଡୁ ନାହିଁ।ଏପରିକି କିଛି ଏନ ଜି ଓ ଗାଁ ଗାଁ ବୁଲି ଲୋକଙ୍କୁ ନିଶା ନିବାରଣ ନିମନ୍ତେ ସଚେତନ କରୁଥିବା ଦେଖାଦେଇଛି। ଏବେବି ସମୟ ଅଛି। ଯୁବପିଢ଼ି ନିଶା ଠାରୁ ଦୂରରେ ରୁହନ୍ତୁ, ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
କେ.ସାକିଲି ଦୋରା।