Odisha news

ମୁକୁନ୍ଦପୁର ପଞ୍ଚାୟତରେ କଂଗ୍ରେସର ବନ୍ଧୁ ମିଳନ ଉତ୍ସବ: ଦଳୀୟ ସ୍ଥିତିକୁ ସୁଦୃଢ ଲାଗି ଆହ୍ୱାନ

0

ତିହିଡି ୨୪/୦୧(ଯଦୁମଣି ପାଣିଗ୍ରାହୀ): କଂଗ୍ରେସ ଆରମ୍ଭ କରିଥିବା ଯୋଜନାର କାର୍ଯ୍ୟକାରୀ କରାଯାଉଛି । ମାତ୍ର ଯୋଜନାର ସୁଫଳ ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହାର ମୁଖ୍ୟ ପ୍ରତିବନ୍ଧକ ପାଲଟିଛି ଦୁର୍ନୀତି । ତେଣୁ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସଂଗ୍ରାମ କରିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ଲାଗି କଂଗ୍ରେସର ସ୍ଥିତିକୁ ସୁଦୃଢ କରିବା ଲାଗି କଂଗ୍ରେସ ନେତା ମାନେ ମତବ୍ୟକ୍ତ କରିଛନ୍ତି । ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର କାଳିମେଘା ମେଳନ ପଡିଆରେ ରବିବାର ଦିନ ଅନୁଷ୍ଠିତ କଂଗ୍ରେସର ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇ ନେତା ମାନେ ଏହି ମତ ପୋଷଣ କରିବା ସହ କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ଯେଉଁ ଭଳି ଭାବେ ଲୋକଙ୍କୁ ପ୍ରତାରଣା କରୁଛନ୍ତି କଂଗ୍ରେସ ତା’ର ଉଚିତ ଜବାବ ଦେବ ବୋଲି କହିଥିଲେ ।

ଉତ୍ସବରେ ବରିଷ୍ଠ ନେତା ପୁରୁଷୋତ୍ତମ ମହାଳିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବାସୁଦେବପୁରର କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ ଯୋଗ ଦେଇ ମହିଳାମାନଙ୍କ ପ୍ରତି କଂ୍େରଗସର ଯଥେଷ୍ଟ ସମ୍ମାନ ରହିଛି ଏବଂ ଆସନ୍ତା ନିର୍ବାଚନରେ ସେମାନେ ହିଁ ମଙ୍ଗ ଧରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ସମିତିସଭ୍ୟ ଉଦ୍ଧବ ନାୟକ, ପ୍ରାକ୍ତନ ସରପଞ୍ଚ ମୀନକେତନ ସେନାପତି, ବରିଷ୍ଠ ନେତା ମହେଶ ପାଟ୍ଟ, ସମିତିସଭ୍ୟଙ୍କ ପ୍ରତିନିଧି ସୁରେଶ ମହାପାତ୍ର, ଯୁବନେତା ଗଣେଶ ମଲ୍ଲିକ, ରମାକାନ୍ତ ମହାଳିକ, ଗୋରାବାବୁ ସାହା, ସରପଞ୍ଚ ପ୍ରତାପ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଦିଗମ୍ବର ରାଉଳ, ଅଜୟ ମହାଳିକ, ଗୌରାଙ୍ଗ ନାୟକ, ରବିନ୍ଦ୍ର ସାହୁ, କ୍ଷୀରସିନ୍ଧୁ ଜେନା, ଅଜୟ ବେହେରା, ନୀଳାମ୍ବର ସେଠୀ, ରମାକାନ୍ତ ସେଠୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

Govt
Leave A Reply