ବୋରିଗୁମ୍ମା (କେ.ସାକିଲି ଦୋରା।) କୋଟପାଡ଼ ଥାନା ଅନ୍ତର୍ଗତ ୬୩ ନମ୍ବର ଜାତୀୟ ରାଜପଥ ଲାଲମୁଣ୍ଡା ଛକ ଠାରେ ଅଜଣା ଗାଡି ଧକ୍କାରେ ସେକ୍ୟୁରୀଟି ଗାର୍ଡ ଙ୍କ ମୃତୁ ହୋଇଥିବା ଜଣାଯାଇଛି। ମୃତ ସେକ୍ୟୁରୀଟି ଗାର୍ଡ ଙ୍କ ନାମ ରାଜେନ୍ଦ୍ର କୁମାର ପଣ୍ଡା(ପିଣ୍ଟୁ), ବୟସ ୪୦ ବର୍ଷ।ନିଜ ଘର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସସାହାଣ୍ଡି ଗ୍ରାମରେ। ଘଟଣା ରୁ ପ୍ରକାଶ ସସାହାଣ୍ଡି ଗ୍ରାମର ରାଜେନ୍ଦ୍ର କୁମାର ପଣ୍ଡା ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାର ନଗରନାର ଠାରେ ନିର୍ମାଣଧିନ ଏନ ଏମ ଡ଼ି ସି ଷ୍ଟିଲ ପ୍ଲାଣ୍ଟ ରେ ସେକ୍ୟୁରୀଟି ଗାର୍ଡ କାମ କରନ୍ତି।
ସବୁଦିନ ଭଳି ଆଜି ବି ସକାଳ ୬ ଟାରେ ନିଜ ବାଇକ ଓ ଡ଼ି -୦୮ ୬୭୦୮ ଯୋଗେ ନିଜ କାର୍ଯ୍ୟକ୍ଷେତ୍ର ନଗରନାର କୁ ଯାଉଥିଲେ। ୬୩ ନମ୍ବର ଜାତୀୟ ରାଜପଥ ଲାଲମୁଣ୍ଡା ଛକ ଠାରେ ସାମନା ପଟୁ ଆସୁଥିବା ଏକ ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ରାଜେନ୍ଦ୍ର ଙ୍କ ମୃତୁ ହୋଇଥିଲା।ରାସ୍ତାରେ ଯାଉଥିବା କିଛି ଲୋକ ତୁରନ୍ତ ସସାହାଣ୍ଡି କୁ ଖବର ଦେବା ପରେ ଘଟଣା ସ୍ଥଳରେ ରାଜେନ୍ଦ୍ର ଙ୍କ ର ବନ୍ଧୁ ବର୍ଗ ପହଞ୍ଚିଥିଲେ।
ପରେ କୋଟପାଡ଼ ପୋଲିସ ପହଞ୍ଚିଥିଲେ। ମୃତ ରାଜେନ୍ଦ୍ର ଙ୍କ ପରିବାର କୁ ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ମୃତ ରାଜେନ୍ଦ୍ର ଙ୍କ ଭଉଣୀ ଗତ ସାତ ଦିନ ତଳେ ବାହାଘର ହୋଇଥିବା ବେଳେ ବଡ଼ ଭାଇ ମାନସିକ ରୋଗୀ। ପରିବାର ସମସ୍ତେ ରାଜେନ୍ଦ୍ର ଙ୍କ ଉପରେ ନିର୍ଭର କରୁଥିଲେ। ମୃତ ରାଜେନ୍ଦ୍ର ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି। କୋଟପାଡ଼ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି।