ବୋରିଗୁମ୍ମା (ସ.ବ୍ୟୁ)– ସାରା ଦେଶରେ ୨୧ ଦିନିଆ ଲକ ଡାଉନ ଘୋଷଣା ପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଧନୀ ଶ୍ରେଣୀ ର ଲୋକଙ୍କ ମଧ୍ୟରେ ଛନକା ପଶିଛି। ରାତି ପାହିଲେ ଯେଉଁ ବ୍ୟକ୍ତି ବାହାରକୁ ନ ଗଲେ ତାର ପରିବାର ଚଳେନାହିଁ। ସେହି ବ୍ୟକ୍ତି ବିଶେଷ ମାନଙ୍କୁ ଲକ ଡାଉନ ର ମହା ଚଡକ ପଡ଼ିଛି। ଗରିବ ଗୁରୁବା ମାନଙ୍କ ପାଇଁ ଲକ ଡାଉନ ଅଭିଶାପ ସଦୃଶ ହୋଇଛି।ଅନ୍ୟ ପଟେ ଲକ ଡାଉନ ର ମହାପ୍ରଭାଵ ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ପ୍ରଶାସନ ପାଖରେ ସମୟ ମଧ୍ୟ ନାହିଁ। ବେପାରୀ ଯେଉଁ ଦର କହିଲେ ଗ୍ରାହକ ମୁଣ୍ଡ ଆଉଁସି ଜିନିଷ ନେଉଛନ୍ତି। ବେପାରୀ କହୁଛନ୍ତି ମାଲ ଆସୁନାହିଁ। ତୁମ ଇଛା ପାଇଲେ ନିଅ, ନଚେତ ଯାଅ। ଏହି ଭଳି ସ୍ଥିତିରେ ଲୋକେ ଚିନ୍ତାରେ ପଡିଛନ୍ତି। ସରକାର ଙ୍କ ଲକ ଡାଉନ ନିୟମ ମାନୁଛନ୍ତି। ବୋରିଗୁମ୍ମା ସହରରେ ଅତ୍ୟାବଶକ ସାମଗ୍ରୀ ଦର ହୁ ହୁ ହୋଇ ବଡିଚାଲିଛି। କାଁ ଭାଁ କିରାନା ଦୋକାନ ଖୋଲାଥିବା ବେଳେ ପନିପରିବା ଦର ରେ ଲଗାମ ନାହିଁ। ଆଳୁ କିଲୋ ୩୦ ଟଙ୍କା ହୋଇଥିବା ବେଳେ ପିଆଜ କିଲୋ ୪୦ ଟଙ୍କା ଛୁଇଂଲଣି। ଖାଇବା ତେଲ ଲିଟର ପିଛା ୧୧୫ ଟଙ୍କା ବେପାରୀ ନେଉଛନ୍ତି। ଅନ୍ୟାନ୍ୟ ଗ୍ରୋସୋରି ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ପନିପରିବା ରେ ହାତ ମାରିପାରୁ ନାହାନ୍ତି ଲୋକେ। ଟମାଟୋ କିଲୋ ୨୦ ଟଙ୍କା, ପୋଟଳ କିଲୋ ୮୦ ଟଙ୍କା, ସଜନା ଛୁଇଁ କିଲୋ ୮୦ ଟଙ୍କା ଜହ୍ନି କିଲୋ ୬୦ ଟଙ୍କା ରହିଛି। ସଜ ପରିବା ମିଳୁ ନାହିଁ। ଆମିଷ ଦର ନ କହିବା ଭଲ। ଚିକେନ କିଲୋ ୨୦୦ ଟଙ୍କା ହୋଇଥିବା ବେଳେ ମଟନ କିଲୋ ୬୦୦ ଟଙ୍କା ହେଲାଣି। ଏହିଭଳି ଦର କିଛି ଦିନ ରହିଲେ ସାଧାରଣ ଲୋକେ ନାହିଁ ନ ଅସୁବିଧା ର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ।