Odisha news

ବୋରିଗୁମ୍ମା ଅଞ୍ଚଳରେ ଶୀତର ଲହରୀ

0
ବୋରିଗୁମ୍ମା (କେ.ସାକିଲି ଦୋରା) : କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ବ୍ଲକରେ ଚଳିତ ବର୍ଷ ର ଶୀତର ଲହରୀ ଦେଖାଦେଇଛି। ପ୍ରାୟତଃ କୋରାପୁଟ ଜିଲ୍ଲାରେ କାର୍ତ୍ତିକ ମାସରେ ଶୀତ ପଡିଥାଏ। ଚଳିତ ବର୍ଷ କାର୍ତ୍ତିକ ମାସରେ ଲଘୁଚାପ ଜନିତ ବର୍ଷା ଯୋଗୁଁ କାର୍ତ୍ତିକ ମାସ ଶେଷ ମାର୍ଗଶିର ମାସ ପହିଲା ରେ ଶୀତ ଅନୁଭୂତ ହୋଇଥିଲା। ବୋରିଗୁମ୍ମା ସହର ସମେତ ଗ୍ରାମାଞ୍ଚଳରେ ଲୋକମାନେ ଶୀତ ର ବେଶ ମଜା ନେଉଛନ୍ତି। ସର୍ବନିମ୍ନ ତାପମାତ୍ରା ୧୩ ରୁ ୧୫ ଡିଗ୍ରୀ ମଧ୍ୟରେ ରହୁଥିବା ଦେଖାଦେଇଛି।
ଶୀତଋତୁ ହେଉଛି ନିରୋଗୀ ୠତୁ।ଏହି ଋତୁରେ କୌଣସି ପ୍ରକାର ରୋଗବ୍ୟାଧି ସାଧାରଣତଃ ହୁଏ ନାହିଁ। ଲୋକମାନେ ସକାଳୁ ସକାଳୁ ଉଠି ବ୍ୟାୟାମ କରିବା ସହ ରାସ୍ତାରେ ଚାଲନ୍ତି। ଅଧିକାଂଶ ଲୋକ ସକାଳୁ ଉଠି ବ୍ୟାୟାମ ପରେ ଗରମ ଗରମ ଚା’ ପିଇ ଶୀତ ର ମଜା ନେଉଥିବା ଦେଖାଦେଇଛି। କୋରାପୁଟ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳ ରହିଛି। ଗୁପ୍ତେଶ୍ଵର, କୋଲାବ ଡ୍ୟାମ, ନନ୍ଦପୁର ରେ ଥିବା ରାଣୀ ଡୁଡୁମା, ବତ୍ରୀଶ ସିଂହାସନ, ଦେଓମାଳି, ଗାଲି ଗାଵଦାର, ପୁଞ୍ଜିସିଲ, ମୁରାନ ଡ୍ୟାମ, ମାଳିଗୁଡା ଇତ୍ୟାଦି ସ୍ଥାନକୁ ପରିବାର ସହ ଯାଇ ପିକନିକ କରୁଛନ୍ତି। ଡିସେମ୍ବର ମାସ ଓ ଜାନୁଆରୀ ମାସରେ କୋରାପୁଟ ଜିଲ୍ଲାରେ ଶୀତର ଲହରୀ ଜାରୀ ରହିବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ।
Leave A Reply