Odisha news

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ: ଶିକାରୀଙ୍କ ନଜରରେ ପକ୍ଷୀ

0

କଣାସ : ଶୀତ ଋତୁ ରେ ଏସିଆ ମହାଦେଶର ବୃହତ୍ତମ ହ୍ରଦ ଚିଲିକାକୁ ଭିନ୍ନନ ଦେଶର ରଙ୍ଗ ବେରଙ୍ଗର ଅତିଥି ପକ୍ଷୀମାନେ ବିଚରଣ କରିବା ପାଇଁ ଆସିଥାନ୍ତି । କିନ୍ତୁ ଏବେ ସେହି ସବୁ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ଅନେକ ଚିଲିକା ନିକଟବର୍ତ୍ତୀ ଗ୍ରାମ ଗୁଡିକର ନଦୀ ନାଳ ଓ ଚାଷ ଜମିମାନଙ୍କରେ ବିଚରଣ କରୁଛନ୍ତି ।ସେମାନଙ୍କ ଉପରେ ନଜର ପକାଉଛନ୍ତି ପକ୍ଷୀହାନ୍ତା ଶିକାରୀମାନେ ।ପକ୍ଷୀମାନକଙ୍କୁ ମାଛ ଓ ଗେଣ୍ଡାରେ ବିଷ ଦେଇ ମାରୁଥିବା ଶୁଣିବାକୁ ମିଳୁଛି ।

ବନ୍ୟପ୍ରାଣୀ ବିଭାଗ ଓ ସ୍ଥାନୀୟ ଥାନା ଅଧିକାରୀମନେ ନଜର ରଖିଲେ ଶିକାରୀମାନେ ପକ୍ଷୀ ଶିକାର କରିପାରିବେ ନାହିଁ ପକ୍ଷୀପ୍ରେମୀମାନେ କହିଛନ୍ତି ।ଶୀତ ୠତୁ ରେ ବିଦେଶରୁ ଆସୁଥିବା ରଙ୍ଗବେରଙ୍ଗର ପକ୍ଷୀ ଚିଲିକାର ଶୋଭା  ସଂଦର୍ଯ୍ୟ ବଢ଼ାଉଥିବା ବେଳେ କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ସମଗ୍ର ପରିବେଶ ।ଚିଲିକା ଯାଉଥିବା ପର୍ଯ୍ୟଟକମାନେ ପିକ୍ଷୀମାନଙ୍କୁ ଦେଖି ବେସ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି  ।ସେଥିପାଇଁ ପ୍ରଶାସନ ପକ୍ଷରୁ ପକ୍ଷୀମାଙ୍କ ସୁରକ୍ଷା ବଢ଼ାଇବା ପାଇଁ ସାଧାରଣରେ ଦାବି ହୋଇଛି ।

Nalco
Leave A Reply