ଅଧା ଦାମରେ ଲୋକ ଙ୍କୁ ଜିନିଷ ଦେବା ଆଳରେ କୋଟିଏ ଟଙ୍କା ନେଇ ଫେରାର ଘଟଣା : ଦୀର୍ଘ ଦୁଇ ବର୍ଷ ପରେ ସିଲ କରିଥିବା ଦୋକାନ ର ତାଲା ଭାଙ୍ଗିଲା ପୋଲିସ।
ବୋରିଗୁମ୍ମା (କେ.ସାକିଲି ଦୋରା): ବୋରିଗୁମ୍ମା ହାଟପଦା ରୋଡ଼ରେ ଗତ ଦୁଇ ବର୍ଷ ତଳେ ଖୋଲିଥିଲା ରୋଜା ଟ୍ରେଡ଼ରସ। ତାମିଲନାଡୁ ରାଜ୍ୟର କିଛି ଲୋକ ବୋରିଗୁମ୍ମା ଆସି ଲୋକ ଙ୍କୁ ଶସ୍ତାରେ ବିଭିନ୍ନ ପ୍ରକାର ଘରୋଇ ଉପକରଣ ଯୋଗାଇବା ପାଇଁ ଏକ ଦୋକାନ ଖୋଲିଥିଲେ। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଦୋକାନ ଖୋଲିଥିଲେ। ଲୋକମାନେ କୌଣସି ଘରୋଇ ଉପକରଣ ଜିନିଷ ର ପ୍ରକୃତ ଦାମ ର ଅଧା ଦାମ ପ୍ରଥମେ ପୈଠ କଲେ, ଏହାର ଠିକ ପନ୍ଦର ଦିନ ପରେ ଜିନିଷ ବୁକିଂ କରିଥିବା ବ୍ୟକ୍ତି ସେହି ଜିନିଷ ନେଇପାରିବେ।ଲୋକମାନେ ଲୋଭ ରେ ପଡି ଲକ୍ଷ ଲକ୍ଷ ଟଙ୍କା ରୋଜା ଟ୍ରେଡ଼ରସ ରେ ପୈଠ କଲେ।
ଲୋକେ ଜିନିଷ ପାଇବେ କଣ ,ଦୋକାନ ଖୋଲିବାର ଠିକ ପନ୍ଦର ଦିନ ପରେ ଲୋକଙ୍କ କୋଟିଏ ଟଙ୍କା ଧରି ଛୁ ମାରିଥିଲା ତାମିଲନାଡୁ ଲୋକ। ବହୁ ଗରୀବ ଓ ସାଧାରଣ ଲୋକେ ଲକ୍ଷ ଲକ୍ଷ ଟଙ୍କା ଦେଇ ବୁକିଂ କରିଥିଲେ। ଶେଷରେ ଲୋକେ ପୋଲିସ ର ଆଶ୍ରୟ ନେଇଥିଲେ। ସେହି ସମୟରେ ପୋଲିସ ତୁରନ୍ତ ରୋଜା ଟ୍ରେଡ଼ରସ କୁ ସିଲ କରିବା ସହ ମାଲିକ ନାମରେ କେସ ରୁଜୁ କରିଥିଲେ। ପୋଲିସ ଏକ ଟିମ କରି ବିଭିନ୍ନ ରାଜ୍ୟ କୁ ଗସ୍ତ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇ ନ ଥିଲା। ରୋଜା ଟ୍ରେଡ଼ରସ ସିଲ କରିବାର ଠିକ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ବିଟିଲାଣି। ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ତାଲା ଭଙ୍ଗା ଯାଇ ଦୋକାନ ଖୋଲାଯାଇଛି।
ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ ,ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ, ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କ ଉପସ୍ଥିତ ରେ ତାଲା ଭଙ୍ଗା ଯାଇ ଦୋକାନ ରେ ଥିବା ଜିନିଷ ର ତାଲିକା ପ୍ରସ୍ତୁତ କରାଯାଇଛି। ସବୁ ଜିନିଷ ଜବତ କରିବା ସହ ମାମଲା ର ଫଇସଲା ନ ହେବା ପର୍ଯ୍ୟନ୍ତ ସବୁ ଜିନିଷ ପୋଲିସ ହେପାଯାତ ରେ ରହିବ ବୋଲି ତଦନ୍ତ କାରୀ ଅଧିକାରୀ ଏସ ଆଇ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ରୋଜା ଟ୍ରେଡ଼ରସ ତାଲା ଭଙ୍ଗା ଯିବା ପରେ ଲୋକ ଙ୍କ ଆଶାର ସଂଚାର ବଡ଼ିଛି। କିନ୍ତୁ କୋଟିଏ ଟଙ୍କା ନେଇ ଫେରାର ହେବାର ଦୀର୍ଘ ଦୁଇବର୍ଷ ରୁ ଉର୍ଦ୍ଧ୍ବ ହେଲାଣି, କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ପ୍ରକୃତ ଆସାମୀ କୁ ଧରିବାରେ ବିଫଳ ହୋଇଛି ଏଥିରେ ସନ୍ଦେହ ନାହିଁ।