ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକ ନିକଟରେ ବୋରିଗୁମ୍ମା ପଞ୍ଚାୟତ ତରଫରୁ ୧୦ ଲକ୍ଷ ଟଙ୍କା ବ୍ୟୟ ରେ ୧୦ ଗୋଟି ବଜାର ଗୃହ ନିର୍ମାଣ କରାଯାଇଥିଲା। ନିର୍ମାଣ ସରିଲା,ଉଦଘାଟନ ବି ହେଲା। କିନ୍ତୁ ଉଦଘାଟନ ଗତ ୨୭.୧୨.୨୦୧୯ ତାରିଖରେ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସାଧାରଣ ଲୋକ ଙ୍କୁ ଆବଣ୍ଟନ କରାଗଲା ନାହିଁ। ବଜାର ଗୃହ ଆବଣ୍ଟନ ପଛରେ ରାଜନୈତିକ ଉଦେଶ୍ୟ ରହିଛି ବୋଲି ଲୋକେ କହୁଛନ୍ତି। ପଞ୍ଚାୟତ ର ସାଧାରଣ ବେକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଖରେ କୌଣସି ଚାକିରୀ ନାହିଁ। ସେମାନେ କୌଣସି ପ୍ରକାର ଦୋକାନ କରି ନିଜର ପରିବାର ପୋଷଣ କରିବାକୁ ଚାହୁଁଛନ୍ତି।
କିନ୍ତୁ ଉଦଘାଟନ ର ଦୀର୍ଘ ଏକ ବର୍ଷ ବିତିଥିଲେ ସୁଦ୍ଧା ବଜାର ଗୃହ କାହିଁକି ଆବଣ୍ଟନ ହୋଇପାରୁ ନାହିଁ।ଏଥି ନେଇ ଆମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ, ସେ କହିଥିଲେ ଯେ ପଞ୍ଚାୟତ ର ୧୦ ଗୋଟି ବଜାର ଗୃହ ପାଇଁ ୩୦୦ ଲୋକ ଆବେଦନ କରିଛନ୍ତି।ଆବେଦନ କରିବା ବ୍ୟକ୍ତି ଙ୍କ ମଧ୍ୟରେ କିଛି ବାହାର ଲୋକ ରହିଛନ୍ତି। ଏଣୁ ଆବଣ୍ଟନ ହୋଇପାରୁ ନାହିଁ। ଏଣୁ ପଞ୍ଚାୟତ ଲୋକ ମାନେ ପୁଣି ଥରେ ବଜାର ଗୃହ ନେବା ପାଇଁ ଆବେଦନ କରିପାରିବେ ବୋଲି ସରପଞ୍ଚ ଚନ୍ଦ୍ରିକା ଯାନୀ କହିଛନ୍ତି। ଏଥିପାଇଁ ଖୁବ ଶୀଘ୍ର ପଞ୍ଚାୟତ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସରପଞ୍ଚ କଂଗ୍ରେସ ସମର୍ଥିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ବିଜେଡି ଦଳ ର ଅଟନ୍ତି। ଏଣୁ ଏମାନଙ୍କ ଅଙ୍କ କଷାରେ ବଜାର ଗୃହ ଆବଣ୍ଟନ ହୋଇପାରୁ ନାହିଁକି ? ଏହାକୁ ନେଇ ସାଧାରଣ ରେ ସନ୍ଦେହ ସୃଷ୍ଟି ହେଉଛି।