Odisha news

ବେଆଇନ ପଥର, ବାଲି, ମେଟାଲ ଗାଡି ଉପରେ ତହସିଲଦାର ଙ୍କ ଚଡାଉ, ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ

0
ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ତହସିଲ ଅଞ୍ଚଳରେ ବ୍ୟାପକ ପଥର, ବାଲି ଓ ମେଟାଲ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ପଥର ଓ ବାଲି ମାଫିଆ ମାନେ ବେଆଇନ ଭାବେ ପାହାଡ଼ ଖୋଳି ବଡ଼ ବଡ଼ ପଥର ବିସ୍ଫୋରଣ କରୁଛନ୍ତି। ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ ଓ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ  ବେଆଇନ ଭାବେ ଚାଲାଣ ହେଉଥିବା ପଥର, ବାଲି ଓ ମେଟାଲ ଗାଡି ଉପରେ ଅତର୍କିତ ଚଡାଉ କରିଛନ୍ତି। ମୋଟ ସାତୋଟି ବେଆଇନ ଗାଡି ଉପରେ ତହସିଲଦାର ଶ୍ରୀ ରଇତ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଦୁର୍ଯୋଧନ ଗୌଡ଼ ଙ୍କ ବେଆଇନ ଗାଡିରୁ ୧୦ ହଜାର, ରାମ ମାଙ୍ଗାରିଆ ଙ୍କ ଗାଡି ରୁ ୧୦ ହଜାର,ରଙ୍ଗନାଥ ମିଶ୍ର ଙ୍କ ଗାଡିରୁ ୧୦ ହଜାର ଟଙ୍କା, ଉପେନ୍ଦ୍ର ପ୍ରଧାନ ଙ୍କ ଗାଡି ବାବଦ କୁ ୧୦ ହଜାର ଟଙ୍କା ଆଦାୟ କରାଯାଇଛି।
ସେହିଭଳି ସୁଜିତ କୁମାର ଚୌଧୁରୀ ଙ୍କ ଟିପର ରୁ ୨୦ ହଜାର ଟଙ୍କା, ବିକାଶ ବିଶୋଇ ନ୍କ ଟିପର ରୁ ୨୦ ହଜାର ଟଙ୍କା ଓ ମୌର୍ଯ୍ୟ ସୁରଭି  ଙ୍କ ବେଆଇନ ଟିପର  ବାବଦ କୁ ୨୦ ହଜାର ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ବେଆଇନ ପଥର, ବାଲି ଓ ମେଟାଲ ଚାଲାଣ କରୁଥିବା ଗାଡି ମାନଙ୍କୁ ଧରପଗଡ କରାଯିବ ବୋଲି ତହସିଲଦାର ଶ୍ରୀ ରଇତ ସୂଚନା ଦେଇଛନ୍ତି। ବେଆଇନ ଗାଡି ଧରପଗଡ ସମୟରେ ତହସିଲଦାର ଙ୍କ ସମେତ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ, ଉପ ବିଭାଗୀୟ ଅଧିକାରୀ ଅନୀଲ କୁମାର ପଣ୍ଡା, ବରିଷ୍ଠ  କିରାଣୀ ଜୟକୃଷ୍ଣ ବେହେରା, ବୋରିଗୁମ୍ମା ରାଜସ୍ୱ ନିରୀକ୍ଷକ ଭବାନୀ ପ୍ରସାଦ ଭତ୍ରା, ଏ ଆର ଆଇ ସୁରେନ୍ଦ୍ର କୁମାର ତନ୍ତି, ପଦ୍ମନ କୁମାର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply