ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଭାବେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କୁ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଉଦଘାଟନ କରିଥିଲେ।ଦୀର୍ଘ ବର୍ଷ ବର୍ଷ ଧରି ବୋରିଗୁମ୍ମା ଥାନା ଅଞ୍ଚଳରେ ହେଉଥିବା ସମସ୍ତ ଅପମୃତ, ଦୁର୍ଘଟଣା ରେ ପ୍ରାଣ ହରାଉଥିବା ବ୍ୟକ୍ତି ମାନଙ୍କ ଶବ ବ୍ୟବଛେଦ ପାଇଁ ବି ସିଂହପୁର ମେଡ଼ିକାଲ କୁ ଯାଉଥିଲେ। ଗରିବ ଗୁରୁବା ଲୋକମାନେ ଶବ ବ୍ୟବଚ୍ଛେଦ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ।
ତେବେ ଦୀର୍ଘ ଦିନ ପରେ ସ୍ଥାନୀୟ ବିଧାୟକ ଙ୍କ ପ୍ରଚେଷ୍ଟା ରେ ବୋରିଗୁମ୍ମା ମେଡ଼ିକାଲ ପରିସର ରେ ଏକ ଶବ ବ୍ୟବଚ୍ଛେଦ ଗୃହ ହୋଇପାରିଛି। ଏହାଦ୍ୱାରା ବୋରିଗୁମ୍ମା ଥାନା ଅଞ୍ଚଳରେ କୌଣସି ଅପମୃତ କିମ୍ବା ରାସ୍ତା ଦୁର୍ଘଟଣାରେ ମୃତ ଲୋକଙ୍କ ସହଜରେ ଶବ ବ୍ୟବଚ୍ଛେଦ ହୋଇପାରିବ। ଶବ ବ୍ୟବଚ୍ଛେଦ ଗୃହ ଉଦଘାଟନ ସମୟରେ ବୋରିଗୁମ୍ମା ସ୍ୱାସ୍ଥ୍ୟ ଅଧିକାରୀ ଡ଼.ରାଜାରାମ ସ୍ୱାଇଁ, ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା,ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ, ଜିଲ୍ଲା ପରିଷଦ ସଭ୍ୟ ଏଲ.ନାରାୟଣ ରାଓ,କଂଗ୍ରେସ ର ବୋରିଗୁମ୍ମା ମଣ୍ଡଳ ସଭାପତି ବୁଲୁ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢ଼ୀ ,କୈଳାସ ରଥ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।