ବୋରିଗୁମ୍ମା (K.sakil Dora) : ବୋରିଗୁମ୍ମା ସ୍ଥିତ ନିଲାକଣ୍ଠେଶ୍ୱର ମନ୍ଦିର ପରିସରରେ ମହାମାରୀ କରୋନା କୁ ହଟାଇବା ପାଇଁ ବୋରିଗୁମ୍ମା ଗାୟତ୍ରୀ ପରିବାର ପକ୍ଷରୁ ଯଜ୍ଞ ର ଆୟୋଜନ କରାଯାଇଥିଲା। ଆଜି ସକାଳ ୮ ଟା ରେ ବୋରିଗୁମ୍ମା ଗାୟତ୍ରୀ ପରିବାର ର ମୁଖ୍ୟ ଶ୍ରୀ ବାଲ୍ମିକୀ ପ୍ରଧାନ ଓ ଶିକ୍ଷକ ରଜତ କୁମାର ଷଡ଼ଙ୍ଗୀ ଗାୟତ୍ରୀ ଙ୍କ ପୂଜାର୍ଚ୍ଚନା କରିଥିଲେ।
ପରେ ଯଜ୍ଞ ଆରମ୍ଭ ହୋଇଥିଲା। କର୍ତ୍ତା ଭାବେ ସୁରେଶ ରାଉତ ଓ ତାଙ୍କ ଧର୍ମ ପତ୍ନୀ ଗୀତା ରାଉତ ଯୋଗ ଦେଇଥିଲେ। ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଯଜ୍ଞ , ସମାଜ ପାଇଁ କରାଯାଉଛି ଏବଂ ଏହି ମହାମାରୀ କରୋନା ତୁରନ୍ତ ହଟୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ।ହୋମ ଯଜ୍ଞ ରେ ସହର ର କୋବିଡ଼ ଯୋଦ୍ଧା ଙ୍କ ସହ ସାଧାରଣ ଲୋକ ଯୋଗ ଦେଇଥିଲେ।ଆଜିର ଯଜ୍ଞ ରେ ଗାୟତ୍ରୀ ପରିବାର ର ସନ୍ୟାସୀ ହନ୍ତାଳ, ରାମନାଥ ଗୋଲରୀ,ନିର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।