Odisha news

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଅନଲାଇନ ପାଠପଡା ପ୍ରହସନ : ଭବିଷ୍ୟତ ନେଇ ଚିନ୍ତାରେ ଅଭିଭାବକ

0
ବୋରିଗୁମ୍ମା (କେ.ସାକିଲି ଦୋରା) : ମହାମାରୀ କରୋନା ରେ ଲୋକଙ୍କ ଜୀବନ ଜୀବିକା ବହୁତ ପ୍ରଭାବିତ ହୋଇଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଉପରେ ବହୁତ ପ୍ରଭାବ ପଡିଛି। ଗତ ମାର୍ଚ୍ଚ ମାସ ୧୫ ତାରିଖ ପର ଠାରୁ କୌଣସି ଶିକ୍ଷାନୁଷ୍ଠାନ ରେ ପାଠ ପଢା ହେଉନାହିଁ।
ଇତି ମଧ୍ୟରେ ମାଟ୍ରିକ, ଯୁକ୍ତ ଦୁଇ ର ଫଳାଫଳ ପ୍ରକାଶ ପାଇଛି। କିନ୍ତ ଗତ ପାଞ୍ଚ ମାସ ହେଲା ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଠପ। କେବଳ କିଛି ଶିକ୍ଷାନୁଷ୍ଠାନ ରେ ଅନଲାଇନ ରେ ଛାତ୍ର ଛାତ୍ରୀ ମାନେ ପାଠ ପଡୁଥିବା ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁଁ  ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର ରେ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଘରେ ରହି ପିଲାମାନେ ମୋବାଇଲ ଖେଳୁଛି ତ କିଏ ଟିଭି ଦେଖି ସମୟ ବିତାଉଛନ୍ତି।
ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କେବଳ ନାମକୁ ମାତ୍ର ଅନ ଲାଇନ ରେ ପାଠ ପଡୁଛନ୍ତି। ବହୁ ଛାତ୍ର ଛାତ୍ରୀ ପରିବାର ରେ ଆଣ୍ଡ୍ରଡ଼ ମୋବାଇଲ ନ ଥିବା ବେଳେ ଯାହା ଘରେ ଆଣ୍ଡ୍ରଡ଼ ମୋବାଇଲ ରହିଛି, ସେଠାରେ ଇଣ୍ଟରନେଟ ନାହିଁ। ଚଳିତ ବର୍ଷ ର ପାଞ୍ଚ ମୂଲ୍ୟବାନ ମାସ ବିତିଲାଣି। ରାଜ୍ୟ ସରକାର ପୂଜା ଛୁଟି ଅର୍ଥାତ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି।
ଯଦି ନଭେମ୍ବର ମାସରୁ ପାଠ ପଢା ଆରମ୍ଭ ହୁଏ, ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ କେବଳ ତିନି ମାସ ପାଠ ପଡିପାରିବେ।ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ।ପ୍ରତେକ ଅଭିଭାବକ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ନେଇ ଚିନ୍ତିତ ରହିଛନ୍ତି। ତେଣୁ ସରକାର କୋବିଡ଼ କଟକଣା ମଧ୍ୟରେ ପିଲାମାନଙ୍କୁ ପାଠ ପଡେ଼ଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇପାରିବେ ଏଥିରେ ସନ୍ଦେହ ନାହିଁ।
Nalco
Leave A Reply