Odisha news

ବୋରିଗୁମ୍ମା ବ୍ଳକ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

ବୋରିଗୁମ୍ମା(କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଳକ ର ବିଭିନ୍ନ ସ୍ଥାନରେ କୋଭିଡ ମାର୍ଗଦର୍ଶିକା ଅନୁସାରେ ଗଣେଶ ପୂଜା ପାଳନ ହେଉଛି। ବ୍ଳକ ର ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଓ ଉଚ୍ଚ ବିଦ୍ୟାଳୟ ରେ କେବଳ ପ୍ରଭୁ  ଗଣେଶ ଙ୍କ ପ୍ରତିମୂର୍ତ୍ତି ବଦଳେ କେବଳ ଫୋଟ ରଖି ଗଣେଷ ଙ୍କ ପୂଜା କରାଯାଇଥିଲା।ବିନା ଛାତ୍ରଛାତ୍ରୀ ଙ୍କ ଉପସ୍ଥିତ ରେ ପ୍ରତି ବିଦ୍ୟାଳୟ ରେ ପ୍ରଭୁ ଗଣେଶ ଙ୍କ ପୂଜାର୍ଚ୍ଚନା କରସଯାଇଥିଲା।ବୋରିଗୁମ୍ମା ପ୍ରେସ କ୍ଳବ ରେ ଭଗବାନ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି।
କୋଭିଡ ନିୟମ କୁ ମାନି ପ୍ରେସ କ୍ଳବ ଗୃହ ରେ ଗଣେଷ ଙ୍କୁ ପୂଜାର୍ଚ୍ଚନା କରାଯାଇଛି।ସେହି ଭଳି ବୋରିଗୁମ୍ମା ସହର ହାଟପଦା, ମେନ ରୋଡ଼, ଦୁଲ୍ଲାଗୁଡା ରୋଡ଼, ଭୂଦାନ କଲୋନି ,ଦଳେଇ ସାହି ଅନେକ ଅଞ୍ଚଳରେ ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।କୋଭିଡ ନିୟମ ଅନୁଯାୟୀ ପ୍ରତି ଟି ପୂଜା ମଣ୍ଡପ ରେ ଗଣେଷ ଙ୍କ ପ୍ରତିମୂର୍ତ୍ତି ଚାରି ଫୁଟ ମଧ୍ୟରେ ରହିଥିବା ବେଳେ ମଣ୍ଡପ ର ତିନିପଟେ ଆବରଣ କରାଯାଇଛି। ସେହିଭଳି ବ୍ଳକ ର ମୁଖ୍ୟ ଗ୍ରାମ ସସାହାଣ୍ଡି, କଣାଗାଁ, ବାଣ୍ଡିଗୁଡା, ବି ସିଂହପୁର, ରଣସପୁର, ନାରୀଗାଁ,କୁମୁଲି, କାମତା,କାଠରଗଡା,ମୁଁଜା, ବୋଡିଗାଁ,କାମରା, କାଳିଆଗୁଡା, ଜୁଝାରି, ଅଂଚଲା ରେ ନିରାଡ଼ମ୍ବର ଭାବେ ଗଣେଷ ପୂଜା ଅନୁଷ୍ଠିତ।ଗତ ବର୍ଷ କୋଭିଡ ନିୟମ ଲାଗି ଗଣେଷ ପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ଗଣେଷ ପୂଜା ଫିକା ପଡିବାର ସମ୍ଭାବନା ରହିଛି।

Comments are closed.