ବୋରିଗୁମ୍ମା (କେ.ସାକିଲି ଦୋରା) : କୋରାପୁଟ ଜିଲ୍ଲାରେ ଦିନ କୁ ଦିନ ମହାମାରୀ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରଶାସନ ଯେତେ ଚେଷ୍ଟା କଲେ ଆକ୍ରାନ୍ତ ଙ୍କ ସଂଖ୍ୟା କମିବାରେ ନାଁ ନେଉନାହିଁ। ଆଜି ଗୁରୁବାର କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ସର୍ବାଧିକ ୯୭ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୪୮୩ ରେ ପହଁଚିଛି। ତନ୍ମଧ୍ୟରୁ ଏପର୍ଯ୍ୟନ୍ତ ୮୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି।
ଆଜି ମୋଟ ୯୭ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୭ ଜଣ ବନ୍ଧୁଗାଁ ବ୍ଲକ ର ହୋଇଥିବା ବେଳେ ବୋରିଗୁମ୍ମା ବ୍ଲକର ୫ ଜଣ, ଦସମନ୍ତପୁର ବ୍ଲକ ର ୬ ଜଣ, ଜୟପୁର ବ୍ଲକର ୮ ଜଣ, ଜୟପୁର ପୌରପାଳିକା ର ୩ ଜଣ,କୋରାପୁଟ ବ୍ଲକ ର ୮ ଜଣ, କୋରାପୁଟ ପୌରପାଳିକା ର ୨୨ ଜଣ,କୋଟପାଡ଼ ବ୍ଲକର ୬ ଜଣ, ଲଷ୍ମୀପୁର ବ୍ଲକର ୬ ଜଣ, ନନ୍ଦପୁର ବ୍ଲକ ଜଣେ, ନାରାୟଣପାଟଣା ବ୍ଲକର ୦୬ ଜଣ, ପଟାଙ୍ଗୀ ବ୍ଲକର ୨ ଜଣ, ସେମିଳିଗୁଡା ବ୍ଲକ ର ୫ ଜଣ, ସୁନାବେଡା ପୌରପାଳିକା ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନବରଙ୍ଗପୁର ଜିଲ୍ଲା ଅପେକ୍ଷା କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁଁ ଜିଲ୍ଲା ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।କିଛି ଅମାନିଆ ସାମାଜିକ ଦୁରତା ଭଳି କୋବିଡ଼ ନିୟମ କୁ ନ ମାନିବା ଯୋଗୁଁ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।