Odisha news

ବୋରିଗୁମ୍ମା ବ୍ଳକ ରେ ଅବକାରୀ ଧରପଗଡ଼, ୪୯୦୦ ଲିଟର ପୋଚ ନଷ୍ଟ ଓ ୪୬୦ ଲିଟର ଚୋରା ମହୁଲି ମଦ ଜବତ

ବୋରିଗୁମ୍ମା(କେ.ସାକିଲି ଦୋରା)— ବୋରିଗୁମ୍ମା ବ୍ଳକ ର ବିଭିନ୍ନ ସ୍ଥାନରେ ଆଜି ଅବକାରୀ ଧରପଗଡ଼ କରାଯାଇଛି।କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ସୁପେରିଟେଣ୍ଡେଟ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ବ୍ଳକ ର ସଙ୍କରଡ଼ା ଓ ଧୁଡୁସାପାଲା ରେ ଚଡାଉ କରାଯାଇଥିଲାକୌଣସି ସୂତ୍ରରୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ସଙ୍କରଡ଼ା ଓ ଧୁଡୁସାପାଲା ରେ ମିଳିତ ଚଡାଉ କରିଥିଲେ।
ଏହି ଅବକାରୀ ଚଡାଉ ରେ ମୋଟ ୪୯୦୦ ମହୁଲି ପୋଚ ନଷ୍ଟ କରିବା ସହ ୪୬୦ ଲିଟର ମହୁଲି ଚୋରା ମଦ କୁ ଜବତ କରାଯାଇଛି ବୋଲି ବୋରିଗୁମ୍ମା ଅବକାରୀ ଅଧିକାରୀ କେ.ତ୍ରିପତି ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଦୁଇ ଗାଁ ରେ ଲୋକେ ଘରେ ଘରେ ଚୋରା ଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ସ୍ଥାନ କୁ ଚାଲାଣ କରିଥାନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଅବକାରୀ ଏ ଏସ ଆଇ ଉମାକାନ୍ତ ଲମତା, ହେମନ୍ତ କୁମାର ବାଗ ଓ ଅନ୍ୟ ପୋଲିସ ଏବଂ ଅବକାରୀ ଅଧିକାରୀ ମାନେ ଚଡାଉ ରେ ଯୋଗ ଦେଇଥିଲେ।ଏନେଇ ମାମଲା ରୁଜୁ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି।

Comments are closed.