Odisha news

ନୂଆଗାଁ ଠାରେ ନୂତନ ଭାବେ ଆରମ୍ଭ ହୋଇଥିବା ରେଶମ ଚାଷ କୁ ପରିଦର୍ଶନ କଲେ ଜିଲାପାଳ।

ବୋରିଗୁମ୍ମା(କେ.ସାକିଲି ଦୋରା)–ବୋରିଗୁମ୍ମା ବ୍ଲକ ସସାହାଣ୍ଡି ପଞ୍ଚାୟତ ର ନୂଆ ଗାଁ ଠାରେ ବ୍ଲକ ପ୍ରଶାସନ ତରଫରୁ ୭୦ ଏକର ବିଶିଷ୍ଟ ଜମି ରେ ରେଶମ ଚାଷ ଆରମ୍ଭ କରାଯାଇଛି।ଗତ ଜୁଲାଇ ମାସ ରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଏହି ନୂତନ ପ୍ରକଳ୍ପ ର  ଶିଳାନ୍ୟାସ  କରିଛନ୍ତି।ଆଉ କାର୍ଯ୍ୟ କୁ ବର୍ଷା ଦିନ ମଧ୍ୟରେ ଆରମ୍ଭ କରିବା ପାଇଁ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଙ୍କୁ କହିଛନ୍ତି।ଆଜି ଏହି ରେଶମ ଚାଷ କାର୍ଯ୍ୟ ର ଅଗ୍ରଗତି କିଭଳି ଚାଲିଛି ତାକୁ ପରଖିବା ପାଇଁ କୋରାପୁଟ ଜିଲାପାଳ ଅବଦୁଲ ଅଖତାର ନୂଆଗାଁ ଠାରେ ପହଞ୍ଚି ଦେଖିଛନ୍ତି।ଜିଲାପାଳ ଙ୍କ ଗସ୍ତ ସମୟ ରେ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା,ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠି,କନିଷ୍ଠ ଯନ୍ତ୍ରୀ ସ୍ବର୍ଣ୍ଣଲତା ମହାନ୍ତି ଓ ସସାହାଣ୍ଡି ସରପଞ୍ଚ ନବୀନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ରେଶମ ଚାଷ   କୁ ତ୍ୱରାନ୍ୱିତ କରିବା ପାଇଁ ଜିଲାପାଳ ବ୍ଲକ ପ୍ରଶାସନ କୁ ଦୃଷ୍ଟି ଦେବାପାଇଁ ନିର୍ଦେଶ କରିଛନ୍ତି।ସେପଟେ ରେଶମ ଚାଷ ପାଇଁ ଏବେ ଚତୁର ଦିଗରେ ତାର ବାଡ଼ ବିଚାଇବା କାର୍ଯ୍ୟ ଆରମ୍ଭ ହୋଇଛି।ଏହାପରେ ଚାଷ କାର୍ଯ୍ୟ  ତ୍ୱରାନ୍ୱିତ ହେବ ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

Comments are closed.