ବୋରିଗୁମ୍ମା (କେ.ସାକିଲି ଦୋରା)— କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ପତିତପାବନ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ଶାବର ଶ୍ରୀକ୍ଷେତ୍ର ସମ୍ପାଦକ ତଥା ପୂର୍ବତ୍ତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡ଼ା ପ୍ରକାଶ କରିଛନ୍ତି। ତେବେ ଏହି ପ୍ରତିଷ୍ଠା ଉତ୍ସବକୁ ଆନ୍ଧ୍ରର ସାଲୁର ମଣ୍ଡଳ ଅଧିକାରୀ କିଛି ପୁଲିସ ସହ ନେରେଡ଼ିବାଲସା ଗ୍ରାମରେ ପହଞ୍ଚି ବନ୍ଦ କରିବା ନିମନ୍ତେ ଉଦ୍ୟମ କରିଥିଲେ। କିନ୍ତୁ ଶ୍ରୀ ପରିଡ଼ାଙ୍କ ତୀବ୍ର ପ୍ରତିରୋଧ ଯୋଗୁଁ ନିରାଶ ହୋଇ ଫେରିଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନେରେଡିବାଲସା ଗ୍ରାମରେ ପୂର୍ବରୁ ଏକ ଦେବୀ ମନ୍ଦିର ରହି ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଚାଲୁ ରହିଥିଲା କିନ୍ତୁ କିଛି ବର୍ଷ ହେବ ଉକ୍ତ ଦେବୀ ମନ୍ଦିର ଭାଙ୍ଗି ପଡ଼ିବା ସହ ଦେବୀଙ୍କ ପଥର ମୂର୍ତ୍ତି ମାଟି ତଳେ ପୋତି ହୋଇ ରହିଥିଲା।
ସେବେଠାରୁ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଥିଲା। ଉକ୍ତ ଦେବୀଙ୍କୁ ପୁନରୁଦ୍ଧାର କରିବା ସହ ପତିତପାବନ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ଜଣାପଡ଼ିଛି। ତେବେ ଆଜି ଏହି ପ୍ରତିଷ୍ଠା ଉତ୍ସବକୁ ଆନ୍ଧ୍ରର ସାଲୁର ମଣ୍ଡଳ ଅଧିକାରୀ କିଛି ପୁଲିସ ସହ ନେରେଡ଼ିବାଲସା ଗ୍ରାମରେ ପହଞ୍ଚି ବନ୍ଦ କରିବା ନିମନ୍ତେ ଉଦ୍ୟମ କରିଥିଲେ। ପ୍ରାୟ ଅଧଘଣ୍ଟାଏ କାଳ ଶାବର ଶ୍ରୀକ୍ଷେତ୍ର ସମ୍ପାଦକ ଶ୍ରୀ ପରିଡ଼ାଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ସମ୍ପାଦକ ଶ୍ରୀ ପରିଡ଼ାଙ୍କ ତୀବ୍ର ପ୍ରତିରୋଧ ଯୋଗୁଁ ଆନ୍ଧ୍ର ଅଧିକାରୀ ନିରାଶ ହୋଇ ଫେରିଥିବା ସୂଚନା ମିଳିଛି। କୋଟିଆ ଗ୍ରାମପଞ୍ଚାୟତର ୨୧ଖଣ୍ଡ ଗ୍ରାମକୁ ନେଇ ବହୁ ବର୍ଷ ହେଲାବହୁ ବର୍ଷ ହେଲା ଆନ୍ଧ୍ର ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଏଭଳି ସ୍ଥିତିରେ ଆନ୍ଧ୍ର ଜୋର ଜବରଦସ୍ତ ଓଡ଼ିଶା ମଧ୍ୟକୁ ପଶି ବିଭିନ୍ନ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି। ଏପରିକି ଆଦିବାସୀ ପରମ୍ପରା ଓ ଓଡ଼ିଶାର ସଂସ୍କୃତିକୁ ହୀନ ମନୋଭାବ ରଖି ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
Comments are closed.